ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର -କଲାଖ -ଚାରିଛକ ରାସ୍ତାକୁ ଦୁଇଥାକିଆ, ସିଠାଳ ଦ୍ବିପାଞ୍ଚଳ 4ପଟ ନଦୀବନ୍ଧକୁ ଦୁଇ ଲେନ କରାଯାଉ |

ଜଗତସିଂହପୁର /ନିଆଳି, 01/08/2025, ଉତ୍କଳ voice news - utkalvoicenews.com(ସରୋଜ ନାୟକଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ରୁ ପୁରୀଯିବାପାଇଁ, ଏଇ କିଛି ବର୍ଷ ହେବ ଆଳିପିଙ୍ଗଳ, କଲାଖ, ପହଙ୍ଗା, ତାଂପଡା, ମାଧବ ଦେଇ ଚନ୍ଦ୍ରମଉଳି ଠାରେ ନଖରା --କୋଣାର୍କ ରାଜ୍ୟରାଜପଥକୁ ସଂଯୋଗ ଏକ ରାସ୍ତା ସଂଯୋଗ ହୋଇଛି |ଅନ୍ୟମାର୍ଗ ଅପେକ୍ଷା ଏହି ରାସ୍ତାଟି ପୁରୀକୁ ଅପେକ୍ଷାକୃତ କମ ଦୂରତା ହୋଇଥିବାରୁ, ଲୋକମାନେ ଏହି ରାସ୍ତାରେ ଯିବାପାଇଁ ନିର୍ଭର କରୁଛନ୍ତି |ଅନ୍ୟପଟେ ଚାରିଛକ, ନିମାପଡା, ଗୋପ ଓ ପୁରୀଅଂଚଳର ଲୋକମାନେ ଜଗତସିଂହପୁର, ସାରଳା, ଗୋରେଖନାଥ, ପାରାଦ୍ୱୀପ ଯିବାପାଇଁ, ଏହିରାସ୍ତା କୁ ପସନ୍ଦ କରନ୍ତି |ରାସ୍ତାଟି ଅଧିକାଂଶ ଜାଗାରେ ଅଣଓସାରିଆ |ସିଠାଳ ଦୀପାଞ୍ଚଳ ରେ ନଦୀବନ୍ଧ ରାସ୍ତା ରେ ଦୁଇଟି ଚାରିଚକିଆ ଗାଡ଼ି ପରସ୍ପକୁ ଅତିକ୍ରମ କରିବାକୁ ବହୁତ ଅସୁବିଧା ହେଉଛି |ଦୈନିକ ଛୋଟ ବଡ ଦୁର୍ଘଟଣା ଘଟୁଛି |ସିଠାଳ ପୋଲଠାରୁ ବଛାସାଇଲୋ ସାଇଲୋ ପୋଲ ପର୍ଯ୍ୟନ୍ତ ନଦୀବନ୍ଧ କୁ ଦୁଇଲେନ କାମ ଦୀର୍ଘ ଦିନ ହେବ ଆରମ୍ଭ ହୋଇଛି, ସାରିବା ନାଁ ଗନ୍ଧ ଧରୁନି |କାମ ନିମ୍ନମାନର ହେଉଛି | ସିଠାଳ ପୋଲଠାରୁ କାଳଖ ପୋଲ ଓ କାଳଖ ପୋଲଠାରୁ ବଚ୍ଛସାଇଲୋ ପୋଲ ପର୍ଯ୍ୟନ୍ତ ନଦୀବନ୍ଧକୁ ଦୁଇ ଲେନ ରାସ୍ତା କରାଯାଉ |ଚନ୍ଦ୍ରମଉଳି ଛକରୁ ମାଧବ, ତାଂପଡା, ପହଙ୍ଗା ରାସ୍ତାକୁ ଦୁଇଲେନ କରାଯାଉ |ଜଗତସିଂହପୁର.. ଚାରିଛକ ରାସ୍ତାକୁ ଦୁଇଲେନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ବହୁବାର ଦାବୀ ଜଣାଇଥିଲେ ମଧ୍ୟ ଫଳ ଶୂନ |ବର୍ତ୍ତମାନର ସରକାର ଉକ୍ତ ରାସ୍ତା କୁ ଦୁଇଲେନ କରିବାପାଇଁ, ଉପକୂଳ ଓଡିଶା ବିକାଶ ପରିଷଦ ର କର୍ମକର୍ତା ଡକ୍ଟର ଧୃତିଧର ଦାସ ଆର୍ତତ୍ରାଣ ପତି, ନୃସିଂହ ବାରିକ, ଗୌରାଙ୍ଗ ଚରଣ ସ୍ୱାଇଁ. ଅରକ୍ଷିତ ସ୍ୱାଇଁ ବିଦ୍ୟାଧର ରାଉତ ବିପିନ ବାରିକ, ଯୋଗେନ୍ଦ୍ର ଦାସ. ନ୍ୟାୟବ୍ରତ ରାଉତ, ପିତାମ୍ବର ରାଉତ, ଅନିରୁଦ୍ଧ ମଲ୍ଲିକ, ଗିରିଶ ଚନ୍ଦ୍ର ମହାପାତ୍ର, ସରୋଜ ନାୟକ ପ୍ରମୁଖ ନିବେଦନ କରିଛନ୍ତି |
Article Image
Article Image
1