ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ଡେଙ୍ଗୁ ଓ ମେଲେରିଆ ସଚେତନତା ଶିବିର ଅନୁଷ୍ଠିତ l

ପାରାଦୀପ ଗଡ, 02/08/2025, ଉତ୍କଳ voice news - utkalvoicenews.com
Article Image
ଆର୍ସେଲର ମିତ୍ତଲ ଓ ନିପୋନ୍ ଷ୍ଟିଲ, ପାରାଦୀପ ସହାୟତାରେ ଡେଙ୍ଗୁ ଓ ମେଲେରିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିର ରେ ଆର୍ସେଲର ମିତ୍ତଲ୍ ଓ ନିପ୍ପୋନ ଷ୍ଟିଲ ର ଡାକ୍ତର ନିରଞ୍ଜନ ଦିବେଦ୍ଵୀ ଯୋଗଦେଇ ଡେଙ୍ଗୁ ଓ ମେଲେରିଆ ରୋଗର ଉତ୍ପତ୍ତି ଓ ଏହାର ନିରାକରଣ ସଂମ୍ପର୍କରେ ସଚେତନତା କରାଇଥିଲେ l ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ସଞ୍ଜୟ କୁମାର ବେହେରା ଯୋଗଦେଇ ନିଜ ପରିବେଶ ନିଜେ ପରିଷ୍କାର ରଖିବା, ବାଡ଼ି ବଗିଚାରେ ପାଣି ଜମିବାକୁ ଦେବାନି, ନାଳ ନର୍ଦ୍ଦମା ସଫା ସୁତୁରା ରଖିବା l ଦିନ ହେଉ କି ରାତି ସବୁବେଳେ ମଶାରୀ ବ୍ୟବହାର କରିବା ଓ ପୂର୍ଣ୍ଣ ପୋଷାକ ପରିଧାନ କରିବା ଉପରେ ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କମ୍ପାନୀ ର ସିଏସ୍ଆର୍ କ୍ୟମ୍ପ ଅଡିନେଟର ଶ୍ରୀଯୁକ୍ତ ପ୍ରସନ୍ନ ଦାସ, ସଂଯୁକ୍ତା ନାୟକ, କାମିନୀ ସ୍ବାଇଁ, ଅର୍ଚ୍ଚନା ସ୍ବାଇଁ ପଞ୍ଚାୟତ ତରଫରୁ ଅଲେଖ ମହାରଥା, ରମେଶ ବେହେରା, ପ୍ରଭାତ ସାହୁ, ରାକେଶ ମଙ୍ଗରାଜ, ମିନାକ୍ଷୀ ସ୍ବାଇଁ, କଳ୍ପନା ପରିଡ଼ା ପ୍ରମୁଖ ଯୋଗଦେଇ ଦେଇଥିଲେ l
Article Image
Article Image
Article Image
Article Image
1