ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତିର ପେନ୍‌ସନ୍ ଓ ଅନୁଦାନ ଦାବିରେ ଧାରଣା ଓ ପ୍ରତିବାଦ ସଭା*

ଢେଙ୍କାନାଳ, 02/08/2025, ଉତ୍କଳ voice news - utkalvoicenews.com (ଶୁଭମ୍ ପାଣି ଙ୍କ ରିପୋର୍ଟ) :
Article Image
ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ (ଓଷ୍ଟା) ତଥା ସଦର ବ୍ଳକ୍ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ତରଫରୁ ଅନୁଦାନ, ଚାକିରୀ ସର୍ତାବଳୀ, ପେନ୍‌ସନ୍ ଓ ଅନ୍ୟାନ୍ୟ କେତେକ ଉତ୍କଟ ସମସ୍ୟା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଧାରଣା ଓ ପ୍ରତିବାଦ ସଭା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା କରିଛନ୍ତି । ପ୍ରକାଶ ଯେ, ଓଡିଶା ସରକାରଙ୍କ ବିଭିନ୍ନ ମନ୍ତ୍ରୀ, ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ସହ ବାରମ୍ବାର ଆଲୋଚନା କରିଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ସଫଳତା ମିଳିନାହିଁ । ଯଦ୍ୱାରା ଓଡିଶାର ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ହତାଶ ଓ ନିରାଶ ମଧ୍ୟରେ କାଳତିପାତ କରୁଛନ୍ତି । ତେଣୁ ଅନିଚ୍ଛା ସଙ୍ଗେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି । ସେମାନଙ୍କର ଦାବୀ ରହିଛି ଯେ, ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକୁ ଅନୁଦାନ ପ୍ରଦାନ, ସମସ୍ତ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରୁ ଅବସର ନେଇଥିବା ଓ ଅବସର ନେବାକୁ ଯାଉଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ଚାକିରୀ ସର୍ତାବଳୀ, ପେନ୍‌ସନ୍ ଓ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ, ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି, ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ଗ୍ରେଜ୍ ପରେ ଥିବା ଅସଙ୍ଗତି ଦୂରୀକରଣ, ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକୁ ସରକାରୀକରଣ ଏବଂ ଶିକ୍ଷକ ନିଯୁକ୍ତି । ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନ୍‌କ୍ରିମେଟ୍ ସହିତ ବରିଷ୍ଠତା ପ୍ରଦାନ ଓ ନୂତନ ପେନ୍‌ସନ୍ ପରିବର୍ତେ ପୁରାତନ ପେନ୍‌ସନ୍‌ ସ୍କ୍ରିମ୍‌ର ପୁନଃ ପ୍ରଚଳନ ଇତ୍ୟାଦି ଦାବୀ ଗୁଡିକୁ ସମାଧାନ କଲେ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରୁ ବିରତି ରହିବେ ଏବଂ ସୁସ୍ଥ ମାନସିକତା ଭିତରେ ଅଧ୍ୟାପନା ଲିପ୍ତ ରହି ଉତମ ଛାତ୍ର ଗଠନରେ ବ୍ରତୀ ହେବେ ବୋଲି ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ର ପ୍ରଦାନ ସମୟରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ସଭାପତି ସତ୍ୟବ୍ରତ ପାତ୍ର, ସହ-ସମ୍ପାଦକ ଶେଷଦେବ ବାରିକ, ବିଭୁତି ସାମଲ, ମୁଖ୍ୟ ଉପଦେଷ୍ଟା ସରୋଜକାନ୍ତ ଦାଶ, ପ୍ରଶାନ୍ତ କୁମାର ଧଳ, ରଣଜିତ୍ ସାମଲ, ଦେବେନ୍ଦ୍ର କୁମାର ରାଉତ, ଯଶୋବନ୍ତ ରାଉତ, ରାଧାମୋହ‌ନ ମାଝୀ, ମହେନ୍ଦ୍ର କୁମାର ସାହୁ, ରସାନନ୍ଦ ପ୍ରଧାନ, ହୃଷିକେଶ ଦାସ, ପ୍ରଦୀପ କୁମାର ଜେନା, ଗୌରାଙ୍ଗ ଚନ୍ଦ୍ର ପାଇଁ, ଶ୍ରୀକାନ୍ତ ଚିନରା, ସଦାନନ୍ଦ ପାଢୀ, ସୁରେଶ କୁମାର ପ୍ରଧାନ, ମହେନ୍ଦ୍ର ମୋହନ ମହାନ୍ତି, ସତ୍ୟବ୍ରତ ପାତ୍ର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପିତାମ୍ବର ଦାଶ, ଶେଷଦେବ ବାରିକ ପ୍ରମୁଖଙ୍କ ସମେତ ବହୁ ଶିକ୍ଷକ ଓ ଶିକ୍ଷାକର୍ମୀ ଉପସ୍ଥିତ ଥିଲେ ।
Article Image
1