ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଣ୍ଡୁଆ ଗ୍ରାମପଞ୍ଚାୟତରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କୁଜଙ୍ଗ, 19/01/2025, ଉତ୍କଳ voice news - utkalvoicenews.comକୁଜଙ୍ଗ ତା ୧୮.୦୧.୨୦୨୫ ଜଗତସିଂହପୁର ଜିଲ୍ଲା ଆଞ୍ଚଳିକ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟ ତରଫରୁ କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ଗ୍ରାମ ପଞ୍ଚାୟତରେ ସଡ଼କ ସୁରକ୍ଷା ସଚେତନତା ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Article Image
ଏହି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମକୁ ସଭାପତିତ୍ୱ କରିଥିଲେ ସମାଜସେବୀ ଡ଼ଃ ସୁନାକର ବେହେରା ରାଜ୍ୟ ଅଧ୍ୟକ୍ଷ ମଦର ଟେରେସା ଫାଉଣ୍ଡେସନ ଓଡିଶା।ପଣ୍ଡୁଆ ଗ୍ରାମପଞ୍ଚାୟତର ସମସ୍ତ "ଏସଏଚଜି" ସ୍ୱୟଂ ସହାୟିକା ଭଉଣୀ ମାନେ ଯୋଗଦେବା ସହିତ ମୁଖ୍ୟ ଅତିଥିଭାବେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି,ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନୀଜୀବୀ କିଶୋର କୁମାର ଶତପଥୀ,,ସ୍ୱତନ୍ତ ଅତିଥିଭାବେ ବ୍ୟାସ ଫାଉଣ୍ଡେସନ ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ,,ସଂମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଅଧିକାରୀ ବିଜୟ କୁମାର ସାହୁ ,ଏମବିକେ ଶ୍ରୀମତୀ ଅନୁସୟା ସାମନ୍ତରାୟ ,ୱାର୍ଡ ସଭ୍ୟ ହେମନ୍ତ କୁମାର ମହାନ୍ତି ଯୋଗଦେଇଥିଲେ।
Article Image
ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସଡ଼କ ସୁରକ୍ଷା ଦିଗରେ ସଡ଼କ ଦୃଘଟଣା ଏଡାଇବା ନିମନ୍ତେ ମାର୍ଗଦର୍ଶକ ପତ୍ରିକା ବଣ୍ଟନ କରାଯାଇଥିଲା। ମୁଖ୍ୟ ଅତିଥି ତାଙ୍କର ଅଭିଭାଷଣରେ ଉପସ୍ଥିତ ଏସଏଚଜି ଭଉଣୀ ଓ ଜନସାଧାରଣ ମାନଙ୍କୁ ହେଲମେଣ୍ଟ ନପିନ୍ଧି,ସିଟ ବେଲ୍ଟ ନ ଦେଇ କାର ଡ୍ରାଇଭିଙ୍ଗ, ନିଶାଶକ୍ତ ହୋଇ,ମୋବାଇଲରେ କଥା ହୋଇ ଗାଡି ନଚଲାଇବାକୁ ପରାମର୍ଶ ଦେଇଥିଲେ।୧୮ ବର୍ଷ ରୁ କମ ବୟସ ପୁଅ ଝିଅଙ୍କୁ ଗାଡି ଚଲାଇ ବାକୁ ନଦେବା ନିମନ୍ତେ ଅନୁରୋଧ କରିଥିଲେ।
1