*କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ତଳକୁସୁମା ପଞ୍ଚାୟତ ର ପାରିପୁଣ୍ଡିଲୋ ଗ୍ରାମ*, 02/08/2025, ଉତ୍କଳ voice news - utkalvoicenews.com(ତିର୍ତୋଲ ରୁ ମନୋଜ କୁମାର ଜେନା ଙ୍କ ରିପୋର୍ଟ )
ଜୀବନ କଣ ! ଆଉ ସଂଘର୍ଷ କଣ !ବୋଧହୁଏ ଏ ଚିତ୍ର ଦେଖିଲେ ଭଲ ଭାବେ ବୁଝିହେବ । ଜୀବନରେ ବଞ୍ଚିବା ପାଇଁ କେମିତି ସଂଗ୍ରାମ କରିବାକୁ ପଡେ ସେକଥାଏହି ଚିତ୍ର ବଖାଣୁଛି । ଦେଖନ୍ତୁ କେମିତି ଛିଣ୍ଡା ପାଲରେ ତିଆରି ତମ୍ବୁ ତଳେ କଟୁଛି ଛଅ ପ୍ରାଣୀଙ୍କ ଜୀବନ । ମା ଓ ସ୍ତ୍ରୀ ବି କରି ଚାଲିଛନ୍ତି ତାଙ୍କର ଧର୍ମ । ଦଶ ବର୍ଷ ର ପୁଅ ପାଠ ପଢା କୁ ପଛରେ ପକାଇ ଖେଳିବା ବୁଲିବା ବୟସରେ ମୁଣ୍ଡାଇଛି ବାପା ରୋଗ ଚିନ୍ତାର ପାହାଡ l ଅପରପକ୍ଷରେ ମାମୁଁ ପାରାଲିସିସ ରୋଗରେ ପୀଡିତ ହୋଇ ଘରେ ଅକର୍ମଣ୍ୟ l ଥରେ ଭାବିଲେ ଏମାନଙ୍କ ପାଇଁ ତାଙ୍କ ଜୀବନ କେମିତି ଜଞ୍ଜାଳ ପାଲଟିଛି ?
ମା ଓ ସ୍ତ୍ରୀ ଛଡା ଆହା ପଦେ କହିବାକୁ ପାଖରେ କେହି ନାହାନ୍ତି । ମାଗି ଯାଚି ଯିଏ ଯାହା ଦେଉଛନ୍ତି ସେଥିରେ ଖାଉଛନ୍ତି ନହେଲେ ନାହିଁ । ଓଳିଏ ଖାଇଲେ ଆର ଓଳିକୁ କିଛି ବି ନାହିଁ । ଭାତ ସାଙ୍ଗକୁ ପିଆଜ । ଗୁଣ୍ଡାଏ ଭାତ ଆଉ ପିଆଜ ଫାଳେରେ ଜୀବନ ବଞ୍ଚୁଛି । ସେଥିରେ ପୁଣି ଦାଉ ସାଧୁଛି ରୋଗ । କଣ ଗରିବ ଉପରେ ସବୁବେଳେ ଏମିତି ଭାଗ୍ୟ ଦାଉ ସାଧେ । ଯିଏ ଗରିବ ତାରି ପାଖରେ ବେଶି ରୋଗ । ଆମେ ଆପଣଙ୍କୁ ଆଜି ଏମିତି ଜଣେ ବ୍ୟକ୍ତିଙ୍କ କଥା କହିବାକୁ ଯାଉଛୁ ଯାହାଙ୍କୁ କେବଳ ଆପଣ ହିଁ ବଞ୍ଚାଇ ପାରିବେ । ଆପଣଙ୍କ ସହଯୋଗରେ ହିଁ ତାଙ୍କ ଘର ପୁଣି ପୂରି ଉଠିବ । ନୂଆ ଜୀବନ ପାଇ ପାରିବେ ଜଗନ୍ନାଥ ।
କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ତଳକୁସୁମା ପଞ୍ଚାୟତର ପାରିପୂଣ୍ଡିଲୋ ଗ୍ରାମର ଜଗନ୍ନାଥ ଆଚାର୍ଯ୍ୟ ପିତା ନୃସିଂହ ଆଚାର୍ଯ୍ୟ,ଏବେ ଗୁରୁତର କ୍ୟାନ୍ସର ରୋଗରେ ପୀଡିତ। ଦାରିଦ୍ର୍ୟର ଶେଷ ସୀମାରେ । ଚିକିତ୍ସା ପାଇଁ ପାଖରେ ଅର୍ଥ ସାଜିଛି ବାଧକ। ବାପା ଛେଉଣ୍ଡ ଘର ର ରୋଜଗାରିଆ ଜଗନ୍ନାଥ ଏବେ ଘର ଚଳାଇବା ପାଇଁ ଅସମର୍ଥ । ଯେଉଁଠି ଘର ଚଳାଇବା ପାଇଁ ଅର୍ଥର ଅଭାବ ସେଠି କ୍ୟାନ୍ସର ଭଳି ଗୁରୁତର ରୋଗର ଚିକିତ୍ସା କରିବେ କେମିତି । ମା ଓ ପତ୍ନୀ ଯାହା କିଛି ମାଗି ଯାଚି ଆଣୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ।

ଏ ହେଉଛନ୍ତି ଗରଦପୁର ବ୍ଲକ ତଳକୁସୁମା ପଂଚାୟତ ପରିପୂଣ୍ଡିଲୋ ଗ୍ରାମର ଜଗନ୍ନାଥ ଆଚାର୍ଯ୍ୟ। ଜଗନ୍ନାଥ ଙ୍କ ପରିବାର କହିଲେ ତାଙ୍କ ମା,ସ୍ତ୍ରୀ ତାଙ୍କର ଦଶ ବର୍ଷ ର ପୁଅ ଓ ପାରାଲିସିସ ରୋଗରେ ପୀଡିତ ତାଙ୍କ ମାମୁଁ ଓ ମାଇଁ କୁ ନେଇ ତାଙ୍କ ସଂସାର । ସେ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ସ୍ୱଳ୍ପ ରୋଜଗାରରେ ଦୁଃଖେ କଷ୍ଟେ ପରିବାର ଚଳୁଥିଲା । ବାପା ଛେଉଣ୍ଡ ଜଗନ୍ନାଥ ଏବେ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇଥିବାରୁ ସ୍ତ୍ରୀ ପ୍ରବୀଣା ଓ ମା ହେମଲତା ଏବେ ଚିନ୍ତାରେ। ଅର୍ଥ ଅଭାବରୁ ଠିକ ଭାବରେ ଚିକିତ୍ସା ହୋଇ ପାରୁନି। ସ୍ତ୍ରୀ ପ୍ରବୀଣା ସାହି ପଡିଶାରେ ମାଗି ଯାଚି ଚିକିତ୍ସା କରିବା ସହିତ ଯାହା ମିଳୁଛି ସେଥିରେ ଦୁଇ ଓଳି ଦୁଇ ମୁଠା ଖାଇବା କଷ୍ଟକର ହୋଇ ପଡୁଛି । ଏଭଳି ପରିସ୍ଥିତିରେ ଲକ୍ଷ ଲକ୍ଷ ଟଙ୍କା ଆସିବ କେଉଁଠୁ ଚିକିତ୍ସା ପାଇଁ ? ସହାୟତା ପାଇଁ ନିବେଦନ କରିଛନ୍ତି ଜଗନ୍ନାଥ ଙ୍କ ମା ଓ ପତ୍ନୀ l
ଦୀର୍ଘ ୪ମାସ ହେଲା ଜଗନ୍ନାଥ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଯାହା କିଛି ସମ୍ବଳ ଥିଲା ତାକୁ ଚିକିତ୍ସାରେ ଶେଷ କରି ଦେଲେଣି । ଏମିତି ସମୟରେ ଘର ଚଳିବା ବି ମୁସ୍କିଲ ହୋଇପଡିଛି । ଦୀର୍ଘ ଦିନ ହେବ ରୋଗ ଶଯ୍ୟା ରେ ଥିବା ହେତୁ ରୋଜଗାର ରୁ ବଞ୍ଚିତ ହେଇଛନ୍ତି । ତେଣୁ ଜଗନ୍ନାଥ ଙ୍କ ଏଭଳି ପରିସ୍ଥିତି ରେ ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ ଏକାନ୍ତ ଆବଶ୍ୟକ । ସେପଟେ ଜିଲା ପ୍ରଶାସନକୁ ଏ ନେଇ ଅବଗତ କରିବା ପରେ ମଧ୍ୟ ସମସ୍ତ ସରକାରୀ ସୁବିଧା ରୁ ବଞ୍ଚିତ ଅଛନ୍ତି ଜଗନ୍ନାଥ l
ଆମ ଭିତରେ ସହୃଦୟ ବ୍ୟକ୍ତିଙ୍କର ଅଭାବ ନାହିଁ । ଚାହିଁ ବସିଥାନ୍ତି କାହାକୁ ଟିକେ ସାହାଯ୍ୟ ସହଯୋଗ କରିବାକୁ । ଖୋଜୁଥାନ୍ତି ଟିକେ ସୁଯୋଗ । ସେଇମାନଙ୍କୁ ଅନୁରୋଧ କରୁଛୁ କି ଜଗନ୍ନାଥ ଙ୍କୁ ଆପଣମାନଙ୍କର ସହାୟତା ମିଳିଲେ ଜୀବନ ସଂଘର୍ଷରେ ଲଢ଼ି ପାରନ୍ତେ । ରୋଗର ଅଧିକ ଚିକିତ୍ସା କରି ପାରନ୍ତେ । ଏବେ ସବୁ କିଛି ଆପଣମାନଙ୍କ ଉପରେ । ଯେଉଁମାନେ ସହାୟତା ଦେବାକୁ ଚାହୁଁଛନ୍ତି ଏହି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ଜଗନ୍ନାଥ ଙ୍କ ପତ୍ନୀ ପ୍ରବୀଣା ଓ ମା ହେମଲତା l ଆପଣଙ୍କ ଏହି ଛୋଟ ପ୍ରୟାସ ମାଧ୍ୟମରେ ଜଗନ୍ନାଥ ଙ୍କୁ ବଂଚେଇଦେଇପାରେ ଦେଇ ପାରେ ।
*ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ*
*JAGANNATH ACHARYA
ଆକାଉଣ୍ଟ ନମ୍ବର : 34893537319
IFSC CODE: SBIN0008096
State Bank of India
ମୋବାଇଲ - 6372423248*