ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ଗୋପୀନାଥ ବିଦ୍ୟାପୀଠ ର ଅଭିଭାବକ ଶିକ୍ଷକ ସଂଘର ଦ୍ଵିତୀୟ ବୈଠକ ଅନୁଷ୍ଠିତ

ବୁଗୁଡ଼ା, 02/08/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ସ୍ଥିତ ଶ୍ରୀ ଗୋପୀନାଥ ବିଦ୍ୟାପୀଠର ଶ୍ରେଣୀ ଗୃହରେ ଅଭିଭାବକ ଶିକ୍ଷକ ସଂଘର ୨୦୨୫-୨୬ଶିକ୍ଷ୍ୟା ବର୍ଷର ଦ୍ଵିତୀୟ ବୈଠକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି , ଏହି ବୈଠକରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ,ଅଭିଭାବାକ, ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଯୋଗଦେବା ସହ ମୂଖ୍ୟ ଅତିଥି ତଥା ଅଭିଭାବକ ଶିକ୍ଷକ ସଂଘର ସଭାପତି ଭାବେ ଶିବଶଙ୍କର ମହାରଣା ଯୋଗ ଦେଇଥିଲେ, ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାର ପ୍ରାରମ୍ଭିକ ସଂଗୀତ ଜଗନ୍ନାଥଙ୍କ ଭଜନ ପରିବେଷଣ କରାଯାଇଥିଲା, ଏହାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜ ବକ୍ତବ୍ୟରେ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ନିମନ୍ତେ ଗୁରୁତ୍ୱାରୋପ ସମ୍ବନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଜଡ଼ିତ ହେବା ପାଇଁ ପରାମର୍ଶ ଦେଇଥିଲେ, ଛାତ୍ରଛାତ୍ରୀ ମାନଙ୍କ ଦୈନନ୍ଦିନ ଉପସ୍ଥାପନ ଯେପରି ଶତ ପ୍ରତିଶତ ରହିବ ସେ ଦିଗର ଅଭିଭାବକ ବୃନ୍ଦ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ, ଏଥି ସହିତ ନବମ ଓ ଦଶମ ପିଲାଙ୍କୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଥିବା ପ୍ରକାଶ କରିବା ସହ ସରକାରଙ୍କ ସ୍କୁଲ୍ ୟୁନିଫର୍ମ,ଜୋତା, ମୋଜା, ଠିକ୍ ଭାବରେ ବିତରଣ, ଦଶମ ଶ୍ରେଣୀର ଭଲ ପାସ୍ ହାର ବୃଦ୍ଧି ସକାଶେ ଦୈନିକ ପଢା ସମୟ ବୃଦ୍ଧି, ବିଜୁଳି ଘଡ଼ ଘଡିରୁ ରକ୍ଷା ପାଇଁ ତାଳ ଗଛ ରୋପଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ, ଏଥି ସହିତ ବାତଜ୍ଵରରୁ ମୁକ୍ତି ପାଇଁ ବାତଜ୍ୱର ବଟିକା,କୃମି ନାଶକ ବାଟିକା ସେବନ ଉପରେ ଏ ଏନ ଏମ୍ ,ସ୍ବାସ୍ଥ୍ୟକର୍ମୀ ଯୋଗଦେଇ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିଲା, ପରି ଶେଷରେ ବିଦ୍ୟାଳୟର ଶିକ୍ଷକ ଅଶୋକ କୁମର ସାମଲ ଧନ୍ୟବାଦ୍ ଦେଇଥିଲେ,।
1