ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଶ୍ରୀ ଶ୍ରୀ ଠାକୁର୍ ଙ୍କ ଯାଜକ କର୍ମୀ ଧ୍ରୁବ ଚରଣ ସେଠୀ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ସତସଙ୍ଗ ଓ ଶ୍ରଦ୍ଧାଞ୍ଜଳୀ ସଭା*

ବାଲିକୁଦା, 02/08/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ବାଲିକୁଦା ବ୍ଲକର ମୁଳୁଗାଁ ପଞ୍ଚାୟତର ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଅନୁଗାମୀ ତଥା ଯାଜକ କର୍ମୀ ଧ୍ରୁବ ଚରଣ ସେଠୀ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଓ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ବିଶିଷ୍ଟ ସତସଙ୍ଗ କର୍ମୀ ସହପ୍ରତିଋତିକ ହରେକୃଷ୍ଣ ଦାସଙ୍କ ଅଧ୍ୟକ୍ଷତାରେ ଧନିଷୋ ସତସଙ୍ଗ ବିହାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସତସଙ୍ଗ ଓ ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ଶତାଧିକ ବ୍ୟକ୍ତି ଉପସ୍ଥିତ ରହି ଧ୍ରୁବ ଚରଣ ସେଠୀ ଙ୍କର ବହୁମୁଖୀ ପ୍ରତିଭା ଓ ଶ୍ରୀ ଶ୍ରୀ ଠାକୁର୍ ଅନୁକୂଳ ଚନ୍ଦ୍ରଙ୍କର ସତସଙ୍ଗ ର ପ୍ରସାର ଦିଗରେ ତାଙ୍କର ଉଲ୍ଲେଖ ଯୋଗ୍ୟ ଅବଦାନ ସ୍ମରଣ କରିଥିଲେ । ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଜଣେ ବିଶିଷ୍ଟ ଅନୁଗାମୀ ହିସାବରେ ସେ ନିଜର ଆଧ୍ୟାତ୍ମିକ ପରିଚୟ ସୃଷ୍ଟି କରିପାରି ଥିଲେ । ଏହି ଆଧ୍ୟାତ୍ମିକ ସତସଙ୍ଗ ଆଲୋଚନା ଚକ୍ରରେ ଆଜିର ସମାଜରେ ପ୍ରତିଟି ମଣିଷ ପାଇଁ ସଦ୍ ଗୁରୁ, ସତସଙ୍ଗ ଓ ସତ୍ ନାମର ଜରୁରୀ ଆବଶ୍ୟକତା ରହିବା ସହିତ ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ଦିବ୍ୟ ଜୀବନୀ ଓ ବାଣୀରେ ଅନୁପ୍ରାଣିତ ହୋଇ ପାରିଲେ ମାନବ ସମାଜରେ ଶାନ୍ତି, ସଂହତି ଓ ଭାଇଚାରା ପ୍ରତିଷ୍ଠା ହୋଇ ପାରିବ ବୋଲି ଏହି ଆଲୋଚନା ଚକ୍ରରେ ଉପସ୍ଥିତ ବକ୍ତା ମାନେ ମତପ୍ରକାଶ କରିଛନ୍ତି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସହପ୍ରତିୠତ୍ୱିକ ସୁରେନ୍ଦ୍ର ନାଥ ସାମଲ, ସୁଶିଲ କୁମାର ପରିଡ଼ା, ପ୍ରଦୀପ କୁମାର ସେଠୀ, ପ୍ରତାପ ଚନ୍ଦ୍ର ଦାସ, କାର୍ତ୍ତିକ ଚନ୍ଦ୍ର ବେହେରା, ନଟବର ବାରିକ, ସୁବାସ ଚନ୍ଦ୍ର ସାସମଲ, କଲ୍ୟାଣୀ ସେଠୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶେଷରେ ତାଙ୍କର ପୁତ୍ର ପ୍ରଦୀପ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
Article Image
1