ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମଣିଜଙ୍ଗା ଗ୍ରାମପଞ୍ଚାୟତରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ମଣିଜଙ୍ଗା, 19/01/2025, ଉତ୍କଳ voice news - utkalvoicenews.comତିର୍ତ୍ତୋଲ ତା ୧୮.୦୧.୨୦୨୫ ଜଗତସିଂହପୁର ଜିଲ୍ଲା ଆଞ୍ଚଳିକ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟ ତରଫରୁ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ଗ୍ରାମ ପଞ୍ଚାୟତରେ ସଡ଼କ ସୁରକ୍ଷା ସଚେତନତା ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Article Image
ଏହି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମକୁ ସଭାପତିତ୍ୱ କରିଥିଲେ ସମାଜସେବୀ ଡ଼ଃ ସୁନାକର ବେହେରା ରାଜ୍ୟ ଅଧ୍ୟକ୍ଷ ମଦର ଟେରେସା ଫାଉଣ୍ଡେସନ ଓଡିଶା।ମଣିଜଙ୍ଗା ଗ୍ରାମପଞ୍ଚାୟତର ସମସ୍ତ "ଏସଏଚଜି" ସ୍ୱୟଂ ସହାୟିକା ଭଉଣୀ ମାନେ ଯୋଗଦେବା ସହିତ ମୁଖ୍ୟ ଅତିଥିଭାବେ ଜିଲ୍ଲା ଆଞ୍ଚଳିକ ପରିବହନର ଏମଭିଆଇ ଶ୍ରୀମତୀ ରଞ୍ଜିତା ମଲ୍ଲିକ , ମୁଖ୍ୟବକ୍ତା ଭାବେ ତିର୍ତ୍ତୋଲ ଥାନାର ସବନିସ୍ପେକ୍ଟର ମିତ୍ରଭାନୁ ଓଝା ,ସ୍ୱତନ୍ତ ଅତିଥିଭାବେ ଜିଲ୍ଲା ଯୁବ ଅଧିକାରୀ ନିଖିଲ କାକୁଲ,ସଂମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ମଣିଜଙ୍ଗା ଗ୍ରାମପଞ୍ଚାୟତ ସରପଞ୍ଚ ଶଶଧର ମଲ୍ଲିକ,ଏମବିକେ ଶ୍ରୀମତୀ ମମତା ମଞ୍ଜରୀ ପଟ୍ଟନାୟକ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଜଗବନ୍ଧୁ ସ୍ୱାଇଁ, ଶିକ୍ଷକ ଶରତ ଚନ୍ଦ୍ର ସାହୁ,ଏଲଏସପି ନମିତା ବେହେରା,ଯୋଗଦେଇଥିଲେ।ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସଡ଼କ ସୁରକ୍ଷା ଦିଗରେ ସଡ଼କ ଦୃଘଟଣା ଏଡାଇବା ନିମନ୍ତେ ମାର୍ଗଦର୍ଶକ ପତ୍ରିକା ବଣ୍ଟନ କରାଯାଇଥିଲା।
Article Image
ମୁଖ୍ୟ ଅତିଥି ତାଙ୍କର ଅଭିଭାଷଣରେ ଉପସ୍ଥିତ ଏସଏଚଜି ଭଉଣୀ ଓ ଜନସାଧାରଣ ମାନଙ୍କୁ ହେଲମେଣ୍ଟ ନପିନ୍ଧି,ସିଟ ବେଲ୍ଟ ନ ଦେଇ କାର ଡ୍ରାଇଭିଙ୍ଗ, ନିଶାଶକ୍ତ ହୋଇ,ମୋବାଇଲରେ କଥା ହୋଇ ଗାଡି ନଚଲାଇବାକୁ ପରାମର୍ଶ ଦେଇଥିଲେ।୧୮ ବର୍ଷ ରୁ କମ ବୟସ ପୁଅ ଝିଅଙ୍କୁ ଗାଡି ଚଲାଇ ବାକୁ ନଦେବା ନିମନ୍ତେ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅତିଥି ମାନଙ୍କୁ ସରପଞ୍ଚ ଧନ୍ୟବାଦ ପ୍ରଦାନ କରିଥିଲେ।
Article Image
1