ଜଗତସିଂହପୁର /ନିଆଳି, 02/08/2025, ଉତ୍କଳ voice news - utkalvoicenews.com(ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ରିପୋର୍ଟ) :

ନୀଳମଣି ପ୍ରଧାନ ଜଣେ ରାଜ୍ୟସ୍ତରୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ |ଉପକୂଳ ଓଡିଶା ରେ ସ୍ୱାଧୀନତା ଆନ୍ଦୋଳନର ତାଲିମ ଶିବିର, ଜଗତସିଂହପୁରର ଅଳକାଶ୍ରମ କୁ ପରିଚାଳନା କରିଥିଲେ |ସ୍ୱାଧୀନତାର ପରବର୍ତ୍ତୀ ସମୟରେ ବିଧାୟକ ହୋଇ କଟକର ଐତିହାସିକ ସ୍ଵରାଜ୍ୟ ଆଶ୍ରମ ରେ ରହୁଥିଲେ |ଗାନ୍ଧୀଦର୍ଶନ ର ପ୍ରଚଣ୍ଡ ବାର୍ତ୍ତାବହ ଥିଲେ |ତାଙ୍କ ବିଧାୟକ ସମୟ ଓ ଜିଲ୍ଲା ବୋର୍ଡ. ଚେୟାରମ୍ୟାନ ସମୟରେ ଗ୍ରାମାଞ୍ଚଳରେ ଅସୁମାରୀ ବିଦ୍ୟାଳୟ ଖୋଲାଯାଇଥିଲା |ଜଳସେଚନ ର ବ୍ୟାପକ କାର୍ଯ୍ୟକ୍ରମ ତାଙ୍କରି ସମୟରୁ ଆରମ୍ଭ ହୋଇଥିଲା |ପାନୀୟ ଜଳପାଇଁ ଅନେକ ଗୁଡିଏ ବୃହତପୋଖରୀ ଓ କୂଅ ଖୋଳାଯାଇଥିଲା |ସେ ରାଜ୍ୟକଂଗ୍ରେସ ର ସଂଗଠନ କାମ ବୁଝୁଥିଲେ |ସ୍ବର୍ଗତ ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ନିତ୍ୟାନନ୍ଦ କାନୁନଗୋ, ପତିତପାବନ ପ୍ରଧାନ, ଡକ୍ଟର ହରେକୃଷ୍ଣ ମହତାବ ଙ୍କର ଅତ୍ୟନ୍ତ ନିକଟତର ଥିଲେ |ସେ ନିଆଳି. ବାହାରଣାରେ 29/11/1899ରେ ଜନ୍ମଗ୍ରହଣ କରିଥିଲେ |ସେ ଆମ ଅଂଚଳର ପ୍ରଥମ ବିଧାୟକ ଥିଲେ ଓ ଲାଗ ଲାଗ ଦୁଇଥର |ଜିଲ୍ଲା ବୋର୍ଡ ଚେୟାରମ୍ୟାନ ବି ଥିଲେ |ତା 9/12/1958ମସିହାରେ ବିଧାୟକ ଥିବା ସମୟରେ ବହୁମୂତ୍ର ରୋଗରେ ଶେଷନି ଶ୍ୱାସ ତ୍ୟାଗ କରିଥିଲେ |ତାଙ୍କର ସ୍ମାରକୀ ନିର୍ମାଣ କରିବା ପାଇଁ, ନ୍ୟାୟବ୍ରତ ରାଉତ, ଅଶୋକ ରାୟ, ପିତାମ୍ବର ରାଉତ, ଅଶୋକ ପାତ୍ର, ବିଦ୍ୟାଧର ରାଉତ, ବିପିନ ବାରିକ, ଅନିରୁଦ୍ଧ ମଲ୍ଲିକ, ପ୍ରଦୀପ୍ତ ସ୍ୱାଇଁ, ଯୋଗେନ୍ଦ୍ର ଦାସ, ବାବାଜୀଚରଣ ଜେନା, ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ ପ୍ରମୁଖ ଦାବୀ କରିଛନ୍ତି |
