କୁଜଙ୍ଗ, 02/08/2025, ଉତ୍କଳ voice news - utkalvoicenews.com
ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରି ସମନ୍ଵୟ ସମିତି ତରଫରୁ କୁଜଙ୍ଗ ବ୍ଲକ ର ନୂତନ ଅନୁଦାନ ପ୍ରାପ୍ତ
ବିଦ୍ୟାଳୟ, ମହାବିଦ୍ୟାଳୟ ଓ ମାଦ୍ରାସା ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଛଅ ଦଫା ଦାବି ନେଇ ଓଡିଶାର ମୁଖ୍ୟ ମନ୍ତ୍ରୀ, ଓଡିଶା ସରକାରଙ୍କ ଗଣ ଶିକ୍ଷାମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଓଡିଶା ସରକାରଙ୍କ ନିମନ୍ତେ କୁଜଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ବେହେରାଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥୀଲା। ୬ଦଫା ଦାବି ନିମନ୍ତେ ସରକାର ଙ୍କ ନିକଟରେ ଦାବି ପୂରଣ ଯଥା
୧-ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ଅନୁଦାନ ପ୍ରଦାନ।

୨-ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରୁ ଅବସର ନେଉଥିବା ଓ ଅବସର ନେବାକୁ ଯାଉଥିବା ଶିକ୍ଷକ ଓ କର୍ମଚାରି ମାନଙ୍କୁ ଚାକିରୀ ସର୍ତ୍ତାବଳି, ପେନସନ ଓ ଅବସର କାଳୀନ ସୁବିଧା ସୁଯୋଗ ପ୍ରଦାନ।
୩-ଅବସର ବୟସ ସୀମା ୬୦ ବର୍ଷ ରୁ ୬୨ ବର୍ଷକୁ ବୃଦ୍ଧି
୪- ଶିକ୍ଷକ ଓ ଶିକ୍ଷାକର୍ମଚାରି ଙ୍କ ଗ୍ରେଡ ପେରେ ଥିବା ଅସଙ୍ଗତ ଦୂରୀକରଣ
୫- ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ସରକାରୀ କରଣ ଏବଂ ଶିକ୍ଷକ ନିଯୁକ୍ତି।
୬-୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ୬ଟି ନୋସନାଲ ଇନକ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଓ ନୂତନ ପେନସନ ପରିବର୍ତ୍ତେ ପୁରାତନ ସ୍କିମର ପୁନଃ ପ୍ରଚଳନ।
ପ୍ରଦାନ ଦାବି ସ୍ୱରୂପ ସରକାରଙ୍କୁ ଏକ ଚେତାବନୀ ଦିଆଯାଇଥୀଲା। ଯଦି ଉକ୍ତ ଦାବି ଗୁଡିକ ସରକାର ବିଚାରକୁ ନ ନିଅନ୍ତି ତେବେ ଆଗାମୀ ଅଗଷ୍ଟ ୮ ତାରିଖରେ ଜିଲ୍ଲା ସ୍ତରୀୟ ଆନ୍ଦୋଳନ ଜାରି ରହିବ ଓ ଅଗଷ୍ଟ ୧୬ ତାରିଖରେ ଭୁବନେଶ୍ୱରଠାରେ ଆନ୍ଦୋଳନ କଠୋର କରାଯିବ ବୋଲି ସଙ୍ଘ ତରଫରୁ ଚେତାବନୀ ପ୍ରଦାନ କରାଯାଇଛି।ଏହି ସ୍ମାରକ ପତ୍ର ପ୍ରଦାନ ଅବସରରେ କୁଜଙ୍ଗ ବ୍ଲକ ସମ୍ପାଦକ ବିନୋଦ ବିହାରୀ ମୁଦୁଲି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ଦାସ ଓ କୁଜଙ୍ଗ ବ୍ଲକ ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରି ସମନ୍ଵୟ ସମିତିର ସଭ୍ୟ ସଭ୍ୟା ବାବାଜୀ ଚରଣ ଖଟୁଆ, ବଜ୍ରବନ୍ଧୁ ଶେଣ, ଦୀପକ କୁମାର ସାମନ୍ତରାୟ, ଭଜନା ନନ୍ଦ ବେହେରା, ପ୍ରଭୁଦତ୍ତ ମହାପାତ୍ର, ସୁରେଶ ଚନ୍ଦ୍ର ଦଳାଇ, ପ୍ରଦୀପ କୁମାର ସାମଲ, ତ୍ରିବିକ୍ରମ ନାୟକ, ନଳିନୀ ମହାପାତ୍ର, ପ୍ରସନ୍ନ କୁମାର ପଟ୍ଟନାୟକ, ରଶ୍ମୀକାନ୍ତ ଦାସ, ସରୋଜିନୀ କୂଅର ଓ ସାଥି କର୍ମଚାରି ମାନେ ଉକ୍ତ ଆନ୍ଦୋଳନ ରେ ବସିବା ସହ କୁଜଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର ଦେଇଥିଲେ।