ଏରସମା, 02/08/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ପ୍ରତିବର୍ଷ ଭଳି ଚଳିତ ବର୍ଷ ରାଜସ୍ୱ ଗ୍ରାମ୍ୟ ମାନ୍ୟତା ପୂର୍ତ୍ତି ଅବସରରେ ଏରସମା ତହସିଲ ଅଧିନ ଢ଼ିଙ୍କିଆ ପଞ୍ଚାୟତ ମାହାଳ ଗ୍ରାମ୍ୟ କମିଟି ପକ୍ଷରୁ ଚତୁର୍ଥ ବାର୍ଷିକ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ର ପ୍ରଥମ ରଜନୀ ଅନୁଷ୍ଠିତ ହୋଇଯାଇଛି । ମାହାଳ ଗ୍ରାମ୍ୟ କମିଟି ସଭାପତି ଅନିରୁଦ୍ଧ ପରିଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଗାଁ ପରବ ନାଟକ ଉତ୍ସବ ସାଂସ୍କୃତିକ ସଭାରେ ଅଭୟ ଚାନ୍ଦ ପୁର ଥାନା ଅଧିକାରୀ ତଥା ବରିଷ୍ଠ କଳାକାର ସମୀର ରାଉତ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲା ବେଳେ ସମ୍ମାନୀତ ଅତିଥି ଭାବେ ଢ଼ିଙ୍କିଆ ଚାରିଦେଶ ରେ ନିର୍ମାଣ ଧୀନ ଜିନ୍ଦଲ ପ୍ରକଳ୍ପ ର ବରିଷ୍ଠ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର କୁମାର ମାଂଝୀ ଯୋଗଦେଇ କଳା, ସଂସ୍କୃତି,ପରମ୍ପରା ଗ୍ରାମାଞ୍ଚଳ ରେ ବଞ୍ଚି ରହିଥିବାରୁ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।ଚାରିଦିନ ବ୍ୟାପି ଆୟୋଜିତ ମୁକ୍ତ ମଞ୍ଚ ନାଟକ ର ପ୍ରଥମ ରାତ୍ରୀରେ ଭୁବନେଶ୍ୱର ର ସୁନାମଧନ୍ୟ କଳାକାର ମାନଙ୍କ ଦ୍ଵାରା ନାଟକ ପରିବେଷଣ କରାଯାଇଥିଲା ବେଳେ ଆଖ ପାଖ ଅଞ୍ଚଳ ର ଶତାଧିକ ଦର୍ଶକ ମନଭରି ଏହି ମୁକ୍ତ ମଞ୍ଚ ନାଟକ କୁ ଉପଭୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ସମ୍ପାଦକ ଭମର ସେଠି,କୈଳାଶ ନାୟକ,ବିଷ୍ଣୁ ନାୟକ,କୁଳମଣି ସାମଲ,ବସନ୍ତ ଜେନା,ମାନସ ଦଳାଇ,ପ୍ରେମାନନ୍ଦ ପରିଡା,ରଞ୍ଜନ ନାୟକ,ଧନୁ ଦଳାଇ,ରଞ୍ଜନ ବର୍ଦ୍ଧନ,କାଳନ୍ଦୀ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।