ପାରାଦୀପ ଗଡ, 03/08/2025, ଉତ୍କଳ voice news - utkalvoicenews.com(ପାରାଦ୍ଵୀପ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ) :

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚକ୍ରଧରପୁର ଗ୍ରାମ ରେ ଦୀର୍ଘ୍ ବର୍ଷ ହେବ ଯୁବକ ମାନେ ସଂଘଟିତ ହୋଇ ଏକ "ମହାବୀର ୟୁଥ୍ କ୍ଲବ୍" ଗଠନ କରି ଗ୍ରାମରେ ବିଭିନ୍ନ ସାମାଜିକ ସଂସ୍କାର ମୂଳକ କାର୍ଯ୍ୟ କରି ଆସୁଛନ୍ତି l ମାତ୍ର ସେମାନଙ୍କର ବାସାଉଠା କରିବା ପାଇଁ ଗୃହଟିଏ ନଥିଲା l ସେମାନେ ଏକ ଘର ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେବ ଦାବୀ କରି ଆସୁଥିଲେ l ପରିଶେଷରେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କୁ ଏ ବିଷୟରେ ଅବଗତ କରାଇବା ପରେ ସେ ତୁରନ୍ତ ଏହାର ନିର୍ମାଣ ପାଇଁ "ବିକଶିତ ଗାଁ ବିକଶିତ ଓଡ଼ିଶା" ଯୋଜନାରେ ମହାବୀର କୋଠ ଘର ନିର୍ମାଣ ପାଇଁ
ଟ. ୪.୦୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ l କ୍ଲବ୍ ର ସଦସ୍ୟ ମାନେ ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ସାରିବା ପରେ ଆଜି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଉକ୍ତ କ୍ଲବ୍ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି l ଉକ୍ତ ଗୃହ ଟି ଗ୍ରାମର ଯୁବ- ସେବା କାର୍ଯ୍ୟରେ ଲାଗି ପାରିବ ବୋଲି ସରପଞ୍ଚ ଶ୍ରୀମତୀ ବେହେରା ପ୍ରକାଶ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ରମେଶ ଚନ୍ଦ୍ର ବେହେରା, ରାକେଶ ମଙ୍ଗରାଜ, ପ୍ରଭାତ ସାହୁ, ବିଟୁ, ଆଲୋକ, ପିଣ୍ଟୁ, ଶୁଭାଶିଷ, ଚିକୁ, ପପି, ଲିପୁ, ସାଗର, ଚିତ୍ତନ୍, ମନୋଜ, ନୋକା, ଜଗନ୍, ଚଗଲା, ଜ୍ଞାନ, ରୀଙ୍କୁ, ନିଲୁ, ବୁବୁ, ସାକୁଲା, ସାରଦା, ବିଳାସ, ପିଣ୍ଟୁ, ଅରୁ ପ୍ରମୁଖ ଉପସ୍ଥିତ ଥିଲେ l