ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଆୟୋଜିତ ଓଷ୍ଟାର ସାଙ୍ଗଠନିକ ସଭାରେ ଯୋଗଦେଲେ ନୂତନ ଓ ପୁରାତନ କର୍ମକର୍ତ୍ତା |*

*ଜଗତସିଂହପୁର /ନିଆଳି* , 03/08/2025, ଉତ୍କଳ voice news - utkalvoicenews.com(ସରୋଜ ନାୟକଙ୍କ ରିପୋର୍ଟ ) :
Article Image
ନିଆଳି ବ୍ଲକ ଓଷ୍ଟାର ଏକ ସାଙ୍ଗଠନିକ ବୈଠକ ଦେବୀକନ୍ଦଳ ଦୀପାଞ୍ଚଳର ଲଷ୍ମୀ ନୃସିଂହ ସରକାରୀ ଉଚବିଦ୍ୟାଳୟ, ଏରଞ୍ଚ ରେ 2,ତାରିଖରେ ଅନୁଷ୍ଠିତ ହୋଇଯାଇଛି |ସଂଘର ନବନିର୍ବାଚିତ ସଭାପତି, ଜ୍ୟୋତିରଞ୍ଜନ ଦାସ ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ହୋଇଥିଲା |ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଗୋଲକ ବିହାରୀ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ |ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ |, ସଂଘର ସମ୍ପାଦକ ଚାରୁଲତା ଜେନା ବୈଠକରଆଭିମୁଖ୍ୟ ଉପରେ ଓ ବିବରଣୀ ପାଠକରିଥିଲେ |ସମ୍ମାନିତ ଅତିଥି ଭାବରେ ରାଜ୍ୟସଂଘରୁ ଅଶୋକ କୁମାର ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ନିମାଇଁ ଚରଣ ବାରିକ, କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ ମହାନ୍ତି, ପୂର୍ବତନ ବ୍ଲକ ସଭାପତି ରମେଶ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଅକ୍ଷୟ କୁମାର ନାୟକ, ତପନ କୁମାର ଆଚାର୍ଯ୍ୟ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେଇ ନିଜ ନିଜ ବକ୍ତବ୍ୟରେ ମାର୍ଗଦର୍ଶନ କରିଥିଲେ |ଉପସଭାପତି ରୋଜାଲିନି ସ୍ୱାଇଁ ନିମାଇଁ ଚରଣ ନାୟକ, ରାଜକିଶୋର ପଣ୍ଡା ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ |ଶିକ୍ଷକଙ୍କ ବହୁବିଧ ସମସ୍ୟା ଭିତରୁ 3ଟି ଦାବୀ ସରକାରଙ୍କୁ ଦେବାପାଇଁ ନିଷ୍ପତ୍ତି କରାଗଲା |ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ଶିକ୍ଷାସଚିବ ଙ୍କୁ ନିଆଳି ମଣ୍ଡଳ ଶିକ୍ଷାଅଧିକାରୀଙ୍କ ଜରିଆରେ ଦେବା ପାଇଁ ସ୍ଥିର କରାଗଲା ଶେଷରେ ସଂଘର ଯୁଗ୍ମସମ୍ପାଦକ ବାପୁଜୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ |
1