ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଧାନ ଶିକ୍ଷକ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ପୋତାନଇ, 04/08/2025, ଉତ୍କଳ voice news - utkalvoicenews.com(ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ) :
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପୋତାନଇ ପଞ୍ଚାୟତର ଦାର୍ଦିଆ-ପୋତାନଇ ସରକାରୀ ବିଦ୍ୟାଳୟରେ ଶିକ୍ଷକ ପ୍ରଦୀପ କୁମାର ଦଳାଇଙ୍କୁ ରବିବାର ଦିନ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ସରପଞ୍ଚ ବ୍ରଜକିଶୋର ମହାରାଜା, ମୁଖ୍ୟବକ୍ତା ଗୋପବନ୍ଧୁ ନାୟକ -ପ୍ରାକ୍ତନ ସହକାରୀ ମଣ୍ଡଳ ଶିକ୍ଷାଧିକାରୀ, ଏରସମା, ସମ୍ମାନିତ ଅତିଥି ସତ୍ୟବାନ ମୁଦୁଲି, ବୈଷ୍ଣବ ଚରଣ ସ୍ବାଇଁ, ସୁବାସ ସେନାପତି, ପ୍ରଫୁଲ୍ଲ କୁମାର ମହାପାତ୍ର,ହିରଣ୍ୟ କୁମାର ଦାସ, ପ୍ରଶାନ୍ତ ରାଉତ, ରମେଶ ଚନ୍ଦ୍ର ସାହୁ, ନିରଞ୍ଜନ ନାୟକ, ବିକାଶ ଚୈ।ଧୁରୀ ଯୋଗଦେଇ ଶିକ୍ଷକ ଶ୍ରୀ ଦଳାଇଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ।କେଶବ ଚନ୍ଦ୍ର ଦଳାଇ ମଞ୍ଚ ପରିଚାଳନା କରିଥିଲେ। ପ୍ରଣତି ମଞ୍ଜରୀ ନାୟକ ସ୍ବାଗତ ଭାଷଣ ଦେଇଥିବାବେଳେ ଯୁଧିଷ୍ଠିର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।
Article Image
Article Image
1