ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିଶିର ବିଶ୍ୱାଳଙ୍କୁ ବ୍ୟାସ ସେବା ସମ୍ମାନ

ଏରସମା, 04/08/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଆମ ଜିଲ୍ଲାର ଜଣେ ଅଗ୍ରଣୀ ସମାଜସେବୀ ତଥା ରାଜନେତା ଶ୍ରୀଯୁକ୍ତ ଶିଶିର କୁମାର ବିଶ୍ୱାଳ ମହୋଦୟ ଙ୍କୁ ତାଙ୍କ ଅତୁଳନୀୟ ସମାଜସେବା ପାଇଁ "ବ୍ୟାସ ସେବା ସମ୍ମାନ " ପ୍ରଦାନ କରାଯାଇଛି. ଓଡିଶା ର ଏକ ଖ୍ୟାତନାମା ଆଧ୍ୟାତ୍ମିକ ଅନୁଷ୍ଠାନ ର ସମାବର୍ତ୍ତନ ଉତ୍ସବ ରେ ତାଙ୍କୁ ଏହି ବିରଳ ସମ୍ମାନ ପ୍ରାପ୍ତ ହୋଇଛି. ଏହି ଉପଲକ୍ଷେ ଆୟୋଜିତ ସଭାଟି ଅରିଲୋ ସ୍ଥିତ, ପଦ୍ମଶ୍ରୀ ବାବା ବଳିଆ ଙ୍କ ଶିଶୁ ଅନନ୍ତ ଆଶ୍ରମ ରେ, ଅନୁଷ୍ଠାନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହାମୟୀ ଆଚାର୍ଯ୍ୟ ଙ୍କ ଅଦ୍ଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା. ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ପଦ୍ମଶ୍ରୀ ପୂଜ୍ୟ ପୂଜକ ବାବା ବଳିଆ, ଜଗତସିଂହପୁର ର ପୂର୍ବତନ ସାଂସଦ ଡା. କୁଳମଣି ସାମଲ, ଓଡିଶା ବିଧାନ ସଭା ର ପ୍ରାକ୍ତନ ସଚିବ ଶ୍ରୀଯୁକ୍ତ ଦାଶରଥି ଶତପଥୀ, ଡ଼. ସିଦ୍ଧେଶ୍ୱର ପଣ୍ଡା, ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ପଣ୍ଡିତ ପ୍ରଶାନ୍ତ କୁମାର ଶତପଥୀ, ପ୍ରମୁଖ ଉକ୍ତ ସଭାରେ ଯୋଗଦାନ କରିଥିଲେ. ଏଠାରେ ଉଲ୍ଲେଖ ଯୋଗ୍ୟ, ଶ୍ରୀଯୁକ୍ତ ବିଶ୍ୱାଳ ସମାଜ ସେବାରେ ଦୀର୍ଘ ତିରିଶି ବର୍ଷ ରୁ ଅଧିକ ସମୟ ଅତିବାହିତ କରି ଜନମାନସରେ ପ୍ରଶଂସିତ. ମହାବାତ୍ୟା ପରବର୍ତ୍ତୀ ଏରସମା ର ନାରଦିଆ ପଂଚାୟତ ର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ପୂର୍ଣ୍ଣ ସମର୍ପିତ. ଅଭାବୀ ଓ ଅସହାୟ ବ୍ୟକ୍ତି ବିଶେଷ ଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ, ସହାନୁଭୂତି ପ୍ରଦର୍ଶନ କରି ସେ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି . ଏହି ସମ୍ମାନ ଜନକ ସମ୍ମାନ ପ୍ରାପ୍ତି ଯୋଗୁଁ ଶ୍ରୀଯୁକ୍ତ ବିଶ୍ୱାଳ ଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି.
1