ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବନାଞ୍ଚଳର ଅଣୁଯୋଜନା ମେମ୍ବରଙ୍କ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ

ବୁଗୁଡ଼ା, 04/08/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳ କାର୍ଯ୍ୟାଳୟର କ୍ଷେତ୍ରୀୟ ପରିଚାଳନା ସଭାଗୃହରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ର ଅଣୁଯୋଜନା ବ୍ୟବହାରିକ ଦଳର ସଭ୍ୟ ଓ ସଭ୍ୟା ବୃନ୍ଦଙ୍କ ପାଇଁ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଏକ ଦିବସିୟ କର୍ମଶାଳାରେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ତାକରଡ଼ା ପଞ୍ଚାୟତ ସରପଞ୍ଚ ଦିଲ୍ଲିପ କୁମାର ପ୍ରଧାନ, ସହକାରୀ ଉଦ୍ୟାନ ଅଧିକାରୀ ରାଜେଶ ସେନାପତି, ଭଞ୍ଜନଗର ଖଣ୍ଡିୟ ପରିଚାଳନା ସମିତି ପକ୍ଷରୁ ଶୁଭକାନ୍ତ ମିଶ୍ର ଓ ଶୋଭାନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇଥିଲେ l ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଡେଙ୍ଗାବାଡି, ପକାସୁଙ୍ଗା ଓ ବେଳପୁଞ୍ଜି ବନ ସୁରକ୍ଷା ସମିତିର ସଭ୍ୟ/ସଭ୍ୟା ଯୋଗଦେଇଥିଲେ।ଏହି ଅବସରରେ ଜଙ୍ଗଲ ଓ ପଷୁ ପକ୍ଷୀ ଙ୍କ ସୁରକ୍ଷା ନେଇ ତାଲିମ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ପ୍ରକଳ୍ପ ସଂଯୋଜକ ସୁରେଶ ପ୍ରସାଦ ସରାଫ ପରିଚାଳନା କରିଥିଲେ। ସମସ୍ତ ବନ ବିଭାଗ କର୍ମଚାରୀ ସହଯୋଗ କରିଥିଲେ।
Article Image
1