ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ବୁଗୁଡ଼ା କୃଷି ବିଭାଗ ପକ୍ଷରୁ ୭ ମହିଳା ଗୋଷ୍ଠୀକୁ ସହାୟତା ରାଶି ପ୍ରଦାନ*

ବୁଗୁଡ଼ା, 04/08/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ କୃଷି ବୈଷୟିକ ପରିଚାଳନା ସଂସ୍ଥା ତରଫରୁ ବୁଗୁଡ଼ା ବ୍ଲକର ୭ ଗୋଟି ମହିଳା ଗୋଷ୍ଠୀକୁ ସହାୟତା ରାଶି ଓ ୩୧ ଜଣ କୃଷକଙ୍କୁ କାର୍ଯ୍ଯାଦେଶ ପତ୍ର କୃଷି ବିଭାଗ କାର୍ଯ୍ୟାଳୟରେ ୦୪/୦୮/୨୫ ତାରିଖ ଦିନ ପ୍ରଦାନ କରାଯାଇଛି। ମହିଳା ମାନେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରି ନିଜେ ସ୍ବାବଲମ୍ବୀ ହେବା ସହିତ ନିଜ ପରିବାର ପ୍ରତିପୋଷଣ କରୁଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ରାଶି ପାଇବା ଦ୍ବାରା ସେମାନେ ଆହୁରି ଆଗକୁ ବଢି ପାରିବେ ବୋଲି ଆଶା ରଖିଛନ୍ତି। ଏହି ଅବସରରେ ଆତ୍ମାର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ ବୁଗୁଡ଼ା ବ୍ଲକ ବିଧାୟକ ପ୍ରତିନିଧି ହରି କୃଷ୍ଣ ସାହୁ, ବୁଗୁଡ଼ା ବ୍ଳକ କୃଷି ଅଧିକାରୀ ହରପ୍ରିୟା ବେହେରା,ପଶୁ ଚିକିତ୍ସା ଅଧିକାରୀ ସୁଧାଂଶୁ ଶେଖର ରାଉତ, ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ଏମ୍ ଦେବାଶିଷ ଦୋରା,ଆତ୍ମାର ଟେକ୍ନିକାଲ ମ୍ଯାନେଜର ଅମରେନ୍ଦ୍ର ମହାପାତ୍ର, ମତ୍ସ୍ୟ ପାଳନ ଅଧିକାରୀ ସଂସ୍କୃତି ପଦ୍ରା,ସାହାୟିକ ବୈଷୟିକ ପରିଚାଳକ ପ୍ରଶାନ୍ତ ସାହୁ ସହିତ ଆତ୍ମାର ସମସ୍ତ ସଦସ୍ୟ ଓ କୃଷି ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।
Article Image
Article Image
1