ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାରେ ମା"ଭୈରବୀ କ୍ଲବ,ପଟିଆଗଡ଼ ଭୁବନେଶ୍ୱର ଚମ୍ପିୟାନ

ଏରସମା, 04/08/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ପ୍ରତିବର୍ଷ ଭଳି ଚଳିତ ବର୍ଷ ରାଜସ୍ୱ ଗ୍ରାମ୍ୟ ମାନ୍ୟତା ପୂର୍ତ୍ତି ଅବସରରେ ଏରସମା ତହସିଲ ଅଧିନ ଢ଼ିଙ୍କିଆ ପଞ୍ଚାୟତ ମାହାଳ ଗ୍ରାମ୍ୟ କମିଟି ପକ୍ଷରୁ ଚତୁର୍ଥ ବାର୍ଷିକ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ନାଟକ ଉତ୍ସବ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଶୁଭ ଉଦ୍ଘାଟନ କରିବା ସହିତ କଳା, ସଂସ୍କୃତି,ପରମ୍ପରା ଗ୍ରାମାଞ୍ଚଳରେ ବଞ୍ଚି ରହିଥିବାରୁ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଢ଼ିଙ୍କିଆ ପଞ୍ଚାୟତ ପୂର୍ବତନ ସରପଞ୍ଚ କିଶୋର କୁମାର ପରିଡ଼ା, ଡ଼ ତମିଲ ପ୍ରଧାନ, ସମାଜସେବୀ ଅଦିତ୍ୟ ଭୂୟାଁ ଯୋଗ ଦେଇଥିଲେ।ଚାରିଦିନ ବ୍ୟାପି ଆୟୋଜିତ ମୁକ୍ତମଞ୍ଚ ନାଟକର ପ୍ରଥମ ରାତ୍ରୀରେ ଆରୀୟନ ଭୁବନେଶ୍ୱର ନାଟକ ସ୍ୱ।ମୀ ପାଇଁ ପଛେ ନର୍କକୁ ଜିବି ନାଟକ ପରିବେଷଣ କରିଥିଲା । ଦ୍ଵିତୀୟ ସଂଧ୍ୟାରେ ମା"ଭୈରବୀ କ୍ଲବ ପଟିଆଗଡ ଭୁବନେଶ୍ୱର ପ୍ରଥମ ପ୍ରେମ ସେ ଏମିତି କିଆଁ ନାଟକ ପରିବେଷଣ କରିଥିବା ବେଳେ ତୃତୀୟ ସଂଧ୍ୟାରେ ଆୟୋଜକ ଦଳ ହା କୃଷ୍ଣ ବୋଲି ଯାଉ ଯିବ ନାଟକ ପରିବେଷଣ କରିଥିବା ବେଳେ ଶେଷ ସଂଧ୍ୟାରେ ନୂଆଗାଁ ବଜ୍ର ମହାକାଳୀ ନାଟ୍ୟ ପରିଷଦ ନୂଆଗାଁ ନାଟକ ସବୁକିଣା ଏଠି ଲୁହ ମାଗଣା ପରିବେଷଣ କରିଥିଲା।ବିଚାରକ ଭାବେ ହେମନ୍ତ ସ୍ୱ।ଇଁ,ଦୁର୍ଲ୍ଲଭ ରାଉତ ଉପସ୍ଥିତ ଥିଲେ।ଆଖ ପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଦର୍ଶକ ମନଭରି ଏହି ମୁକ୍ତ ମଞ୍ଚ ନାଟକକୁ ଉପଭୋଗ କରିଥିଲେ । ମାହାଳ ଗ୍ରାମ୍ୟ କମିଟିର ସଭାପତି ଅନିରୁଦ୍ଧ ପରିଡ଼ା ସଭାପତିତ୍ବ କରିଥିଲାବେଳେ ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ଭମର ସେଠି,କୈଳାଶ ନାୟକ,ବିଷ୍ଣୁ ନାୟକ,କୁଳମଣି ସାମଲ,ବସନ୍ତ ଜେନା,ମାନସ ଦଳାଇ,ପ୍ରେମାନନ୍ଦ ପରିଡା,ରଞ୍ଜନ ନାୟକ,ଧନୁ ଦଳାଇ,ରଞ୍ଜନ ବର୍ଦ୍ଧନ,ପ୍ରଭାତ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।
Article Image
1