ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୋଲକାତାରେ ୧.୯ କୋଟି ଟଙ୍କାର ସାଇବର ଠକେଇ।କୁଜଙ୍ଗ ଅଞ୍ଚଳର ୩ ଜଣଙ୍କଙ୍କୁ ରିମାଣ୍ଡରେ ନେଲା ପଶ୍ଚିମ ବଙ୍ଗ ପୋଲିସ

କୁଜଙ୍ଗ , 04/08/2025, ଉତ୍କଳ voice news - utkalvoicenews.com(ପାରାଦ୍ଵୀପ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ) :
Article Image
କୋଲକାତାର ସାଇବର ଠକେଇରେ ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳର ୩ ଜଣଙ୍କର ସମ୍ପୃତ୍ତି ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ କୋଲକାତା ଡୁମଡ଼ୁମା, ଅଞ୍ଚଳର ଅବସରପ୍ରାପ୍ତ କର୍ମଚାରୀ ଶୁଭେନ୍ଦୁ ଦୋଶେବାମଙ୍କୁ ୨୦୨୫ ଜୁଲାଇ ୭ ରେ ଏକ ଫୋନ କଲ ଆସିଥିଲା।କରିଥିବା ବ୍ୟକ୍ତି ଜଣକ ତାଙ୍କୁ ଟେଲିକମ ବିଭାଗରୁ ଫୋନ କରୁଥିବା କହିଥିଲେ। ପରେ କେତେଜଣ ବ୍ୟକ୍ତି ପୁଣି କଲ୍ କରି ମୁମ୍ବାଇ ପୋଲିସ, ସିବିଆଇ ଓ ଏନ୍‌ଫୋସିମେଣ୍ଟ ବିଭାଗରୁ କହୁଥିବା କହିଥିଲେ।ନରେଶ ଗୋଏଲ୍ ମନି ଲଣ୍ଡରିଂ ମାମଲାରେ ଶୁଭେନ୍ଦୁ ସାମିଲ ଅଛନ୍ତି ବୋଲି ସେମାନେ ସୂଚନା ଦେଇଥିଲେ। ସୁପ୍ରିମ କୋର୍ଟରେ ମାମଲା ଚାଲୁଥିବା ଦର୍ଶାଇ ଏ ସମ୍ପର୍କିତ କିଛି ନକଲି କାଗଜପତ୍ର ମଧ୍ୟ ଦେଖାଇଥୁଲେ। ଏଥୁସହ ଗିରଫ କରିବାର ଧମକ ଦେଇ ଅର୍ଥ ଦାବି କରିଥିଲେ। ଏନେଇ ଶୁଭେନ୍ଦୁ ଜୁଲାଇ ୧୦ରୁ ୧୬ ମଧ୍ୟରେ ୧ କୋଟି ୯ ଲକ୍ଷ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଆରଟିଜିଏସ୍ କରିଥିଲେ। ଏହାସତ୍ତ୍ବେ ସେମାନେ ଆହୁରି ଟଙ୍କା ଟଙ୍କା ମାଗିଥିଲେ। ମାତ୍ର ଶୁଭେନ୍ଦୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ। କିନ୍ତୁ ସୁନା ଋଣ କରି ଟଙ୍କା ଦେବା ପାଇଁ ଠକମାନେ କହିଥିଲେ। ଏବିଷୟରେ ଶୁଭେନ୍ଦୁ ତାଙ୍କ ସ୍ତ୍ରୀଙ୍କୁ ଜଣାଇବାପରେ ସେ ଟଙ୍କା ଦେବାକୁ ମନା କରିଥିଲେ।ଏହାପରେ କୋଲକାତାସ୍ଥିତ ବିଧାନନଗର ସାଇବର ଥାନାରେ ଜୁଲାଇ ୧୮ରେ ଶୁଭେନ୍ଦୁ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିଭି କରି ସାଇବର ଥାନାରେ ମାମଲା (ନଂ.୮୦/୨୫) ରୁଜୁ ହୋଇଛି। ସାଇବର ପୋଲିସ ଏହି ମାମଲାର ତଦନ୍ତ କରୁଥିବା ସମୟରେ କୁଜଙ୍ଗ ଥାନା ଅଞ୍ଚଳର ଆକାଶ, ନୀଳକଣ୍ଠ ଓ ମନୋରଞ୍ଜନଙ୍କ ସମ୍ପୃକ୍ତି ବିଷୟରେ ଜଣାପଡ଼ିଥିଲା। ଏନେଇ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପଶ୍ଚିମବଙ୍ଗ ପୋଲିସ ଶନିବାରଠାରୁ କୁଜଙ୍ଗରେ ଡେରା ପକାଇଥିଲା। ଏହି ଆଧାରରେ ପଶ୍ଚିମବଙ୍ଗ ପୋଲିସ କୁଜଙ୍ଗରୁ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି ରବିବାର ଜେଏମ୍ଏଫ୍‌ସି କୋର୍ଟରେ ହାଜର କରିଛି। ସେମାନେ ହେଲେ ଏହି ଥାନା ଅଞ୍ଚଳର ନୀଳକଣ୍ଠ ନାୟକ, ଆକାଶ ନାଥ, ମନୋରଞ୍ଜନ ପରିଡା ଓରଫ ଫ ମୁନା ! ଅଭିଯୁକ୍ତମାନଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେବାପାଇଁ କୋର୍ଟରେ ଆବେଦନ କରାଯାଇଥିଲା Iକିନ୍ତୁ କୋର୍ଟ ୨ଦିନ ପାଇଁ ମଞ୍ଜୁରି ଦେଇଥିବା ସରକାରୀ ଓକିଲ ନଳିନୀ ରଞ୍ଜନ ଦାସ ପ୍ରକାଶ କରିଛନ୍ତି।
Article Image
Article Image
Article Image
1