ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶାସନପଦା, ମାଧିଆକୁଦ -ହାଇସ୍କୁଲ -ଗୋପାଳଜୀଉ ମଠ ରାସ୍ତା ନିର୍ମାଣ ଦାବୀ

ଜଗତସିଂହପୁର /ନିଆଳି, 05/08/2025, ଉତ୍କଳ voice news - utkalvoicenews.com( ସରୋଜ ନାୟକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁରପୁର ସଂଲଗ୍ନ କଟକ ଜିଲ୍ଲା ନିଆଳି ବ୍ଲକ, ସିଠାଳଗ୍ରାମପଞ୍ଚାୟତ ର ଶାସନପଦା ଗ୍ରାମର ମାଧିଆକୁଦ (ସିଠାଳ ସୀମା )ରୁ ଗୋଟିଏ ରାସ୍ତା ବାହାରି ହାଇସ୍କୁଲ, ନାୟକସାହିର ଉତ୍ତର ପାର୍ଶ୍ଵ ଓ ଭିତର ଦେଇ, ଗୋପାଳଜୀଉମଠ ଦେଇ ପୁରୁଣା ମଠବାରି ଠାରେ ନଦୀବନ୍ଧ ରାସ୍ତା କୁ ସଂଯୋଗ କରୁଛି |ଏହିରାସ୍ତାର ଦୂରତା ଦୁଇକିମି ଓ ଏହାର ଦୁଇ ପଟେ ଆର ଆଣ୍ଡ ବି ରାସ୍ତାକୁ ସଂଯୋଗ ରହିଛି |ଏହି ରାସ୍ତାକଡରେ ମହିମାଗୋସେଇଁ ମଠ, ଆରୋଗ୍ୟକେନ୍ଦ୍ର, ବିଦ୍ୟୁତକାର୍ଯାଳୟ, ହାଇସ୍କୁଲ, ଅଙ୍ଗନବାଡିକେନ୍ଦ୍ର, ମଙ୍ଗଳାମନ୍ଦିର, ଶ୍ମାଶନଘର, ଗୋପାଳଜୀଉ ମଠ ଅବସ୍ଥିତ |ଏହିରାସ୍ତା ଉପରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନେ ନିର୍ଭର କରନ୍ତି |, ରାସ୍ତାଟିର କିଛିଅଂଶ କରାଯାଇଥିବାବେଳେ କିଛିଅଂଶ କରାଯାଇନାହିଁ |ମାଟି ରାସ୍ତା ଅଛି |ଗ୍ରାମବାସି ମାନେ ଯାତାୟାତ ପାଇଁ ଅସୁବିଧା ଭୋଗ କରୁଛନ୍ତି |24/1/2023ମସିହାରେ ସରପଞ୍ଚ କବିତା ମହାପାତ୍ରଙ୍କ ସମେତ ଗ୍ରାମବାସୀମାନେ, ତତକାଳୀନ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଙ୍କୁ ଉପକୂଳ ଓଡିଶା ବିକାଶ ପରିଷଦ ସଂଯୋଜନାରେ, ସାକ୍ଷାତକରି ଲିଖିତ ନିବେଦନ କରିଥିଲେ |ନିଆଳିର ଗଣମାଧ୍ୟମ ମଧ୍ୟ ରାସ୍ତା ନିର୍ମାଣ ପାଇଁ ସମ୍ବାଦ ପ୍ରକାଶ କରିଥିଲା |, ୟାଭିତରେ ଅନେକଦିନ ବିତିଯାଇଥିଲେ ମଧ୍ୟ ଫଳଶୂନ |ଉକ୍ତ ସଂଯୋଗରାସ୍ତାଟିକୁ ଆର ଆଣ୍ଡ ବି ବିଭାଗଦ୍ୱାରା କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦେଶ ଦେବାକୁ, ଉପକୂଳ ଓଡିଶା ବିକାଶ ପରିଷଦ ର ଆବାହକ ସରୋଜ ନାୟକ ନିବେଦନ କରିଛନ୍ତି |
Article Image
1