ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ସ୍ୱାଧୀନତା ସଂଗ୍ରାମୀ ଘରକୁ ରାସ୍ତା ନାହିଁ , ରାସ୍ତା କରିବା ପାଇଁ ନିବେଦନ*

ଜଗତସିଂହପୁର /ନିଆଳି, 05/08/2025, ଉତ୍କଳ voice news - utkalvoicenews.com(ସରୋଜ ନାୟକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ସଦର ମହକୁମା ସଂଲଗ୍ନ କଟକ ଜିଲ୍ଲା ର ନିଆଳି ବ୍ଲକ ଅଧୀନ, ସିଠାଳ ଗ୍ରାମ ପଂଚାୟତ ର ଶାସନପଡା ଗ୍ରାମର ନାୟକସାହିରେ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ରତ୍ନାକର ନାୟକଙ୍କ ଜନ୍ମ ଓ ଘର ଅଛି |ତାଙ୍କର ବଂଶଧର ରହୁଛନ୍ତି |ଗତ ବର୍ଷ ତାଂକ ଜନ୍ମମାଟି ରୁ ମାଟି ସଂଗ୍ରହ କରାଯାଇ,ନିଆଳି ବ୍ଲକ ଜରିଆରେ ଦିଲ୍ଲୀ ପଠାଯାଇଥିଲା ସଂଗ୍ରାମୀ ବଟିକା ନିର୍ମାଣ ପାଇଁ |ଏହା ସିଠାଳ ଗ୍ରାମପଂଚାୟତ ଦ୍ୱାରା କରାଯାଇଥିଲା |ହେଲେ ଦୁଃଖର ବିଷୟ ଶାସନପଡାର ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ରତ୍ନାକର ନାୟକଙ୍କ ଘରକୁ ଏପର୍ଯ୍ୟନ୍ତ ରାସ୍ତା ଖଣ୍ଡିଏ କରାଯାଇନାହିଁ |ଉକ୍ତ ସାହିରେ ବର୍ତ୍ତମାନ 14ଟି ପରିବାର ବସବାସ କରୁଛନ୍ତି |ପଂଚାୟତ ର ଗଳିକନ୍ଦୀ ଓ ଆବଶ୍ୟକ ନ ଥିବା ଜାଗାରେ ସି ସି ରୋଡ଼ ହୋଇସାରିଛି, ହେଲେ ପୂର୍ବତନ ବିଜେଡି ସରପଞ୍ଚ ଅନ୍ତର୍ଯ୍ୟାମୀ ବଡୁ ରାଜନୈତିକ ଅସୁହା ମନଭାବ ରଖି ଏ ରାସ୍ତାକୁ କଲେ ନାହିଁ |,ସାହିବାସିନ୍ଦା ମାନେ ଅସୁବିଧା ଭୋଗକରୁଛନ୍ତି |ସ୍କୁଲକୁ ଯିବାପାଇଁ ଛାତ୍ରଛାତ୍ରୀ ମାନେ ଏହି ମାଟି ରାସ୍ତା ଉପରେ ନିର୍ଭର କରନ୍ତି |ନିଆଳି ବ୍ଲକ ପ୍ରଶାସନ ଓ କଟକ ଜିଲ୍ଲା ପ୍ରଶାସନ ଏହି ରାସ୍ତା କୁ ନିର୍ମାଣ କରିବାପାଇଁ ସିଠାଳ ଗ୍ରାମପଂଚାୟତ କୁ ନିର୍ଦେଶ ଦେବାକୁ ଉପକୂଳ ଓଡିଶା ବିକାଶ ପରିଷଦ ର ଆବାହକ ସରୋଜ ନାୟକ ନିବେଦନ କରିଛନ୍ତି |
Article Image
Article Image
1