ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ଜଗନ୍ନାଥ ସଂକୀର୍ତନ ଲୋକକଳା ମହାସଂଘ ପକ୍ଷରୁ କଳାକାରମାନଙ୍କୁ ସହାୟତା ଓ ମାନ୍ୟତା ପ୍ରଦାନ ପାଇଁ ଦାବୀ

ଢେ଼ଙ୍କାନାଳ , 06/08/2025, ଉତ୍କଳ voice news - utkalvoicenews.com(ଶୁଭମ୍ ପାଣି ଙ୍କ ରିପୋର୍ଟ) :
Article Image
ଢେଙ୍କାନାଳ ଶ୍ରୀ ଜଗନ୍ନାଥ ସଂକୀର୍ତନ ମହାସଂଘର କର୍ମକର୍ତାମାନେ ଏକତ୍ରିତ ହୋଇ ସଂକୀର୍ତନର ବିକାଶ ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି । ସଂକୀର୍ତନ କଳାକାରମାନଙ୍କ ପାଇଁ ବ୍ଲକ୍ କିମ୍ବା ଜିଲ୍ଲା ସ୍ତରରୁ ସାହାଯ୍ୟ ପାଇଁ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ କଳାକାରମାନଙ୍କୁ ପରିଚୟ ପ୍ରଦାନ କରାଯାଇ ସେମାନଙ୍କୁ କଳାକାର ମାନ୍ୟତା ପ୍ରଦାନ କରାଯିବା ସହିତ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶି ପ୍ରଦାନ ପାଇଁ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରମେଶ କୁମାର ସେଠୀଙ୍କୁ ଦାବୀପତ୍ର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାଗିରଥି ଯେନା, ରାଜ୍ୟ ଉପସଭାପତି ସନ୍ତୋଷ କୁମାର ସାହୁ, ଢେଙ୍କାନାଳ ଜିଲ୍ଲା ସଂପାଦିକା ସଂଯୁକ୍ତା ଦାସ, ଜିଲ୍ଲା କାର୍ଯ୍ୟକାରୀ ସଂପାଦକ ବିମଳ ନାଏକ ଓ ଜିଲ୍ଲା ସଂକୀର୍ତନ କଳାକାର ମହାସଂଘର ସଦସ୍ୟମାନେ ଉପସ୍ଥିତ ରହି ପ୍ରଦାନ କରିଛନ୍ତି ।
Article Image
9