ଏରସମା, 20/01/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତ ଚଟୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୯ମସିହା ମାଟ୍ରିକ ବ୍ୟାଚ ଛାତ୍ର,ଛାତ୍ରୀ ମାନଙ୍କର ବନ୍ଧୁମିଳନ ଓ ବଣଭୋଜି ନୂଆଗାଁ ମହାବୀର ଆଶ୍ରମ ନିକଟସ୍ଥ ଜଙ୍ଗଲରେ ଅନୁଷ୍ଠିତ ହୋଇଯାଇଛି।
ବ୍ୟାଚର ପ୍ରାକ୍ତନ ଛାତ୍ର,ଛାତ୍ରୀ ମାନେ ଆଜି ଏକାଠି ହୋଇ ନିଜ ନିଜର ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ରୋମନ୍ଥନ କରିଥିଲେ।ଏଥିସହିତ ପରଷ୍ପର ମଧ୍ୟରେ ପାରିବାରିକ ଜୀବନ ସମ୍ପର୍କରେ ଅବଗତ ହୋଇଥିଲେ।
ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ମନେ ପକାଇବା ପାଇଁ ପ୍ରତ୍ୟେକ ବର୍ଷ ଏହିପରି ବନ୍ଧୁମିଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।ପ୍ରାକ୍ତନ ଛାତ୍ର ଯୁବ ସମାଜସେବୀ ଗଣେଶ ରାଉତ, ଚଟୁଆ ପଞ୍ଚାୟତ ସରପଞ୍ଚ ପ୍ରକାଶ ଚନ୍ଦ୍ର ସୁନ୍ଦରାୟ,ଜନ୍ମେଞ୍ଜୟ ସାମଲ,ଦେବାଶିଷ ସ୍ଵାଇଁ,ସନ୍ତୋଷ ନାୟକ,ଡ଼ ସଂଗ୍ରାମ ମହାନ୍ତି,ଅମ୍ବିକା ମହାପାତ୍ର,ଚନ୍ଦନ ବିଶ୍ଵାଳ,ପ୍ରଭାତ ବାରିକ,ନିତ୍ୟାନନ୍ଦ ରାଉତ,ରାଜେନ୍ଦ୍ର ନାୟକ,ବାପିନା ବାରିକ,ସନ୍ତୋଷ ବିଶ୍ଵାଳ,ଶିଶିର ବିଶ୍ଵାଳ,ବନ୍ଦିତା ବିଶ୍ଵାଳ,ଶଶ୍ମୀତା ବିଶ୍ଵାଳ,ନିରୁପମା ପାତ୍ର,ସରୋଜିନୀ ସାମଲ,ଗୀତାଞ୍ଜଳି ମିଶ୍ର,କବିତା ଦାସ,ରଶ୍ମୀତା ସ୍ୱାଇଁ,ସଂଗୀତା ପ୍ରିୟଦର୍ଶିନୀ ସ୍ବାଇଁ,ସ୍ୱର୍ଣ୍ଣଲତା ଦାସ,ଅଞନା ପରିଡ଼ା,କାର୍ତ୍ତିକଶ୍ୱର ରାଉତ,ନିରୂପମା ପାତ୍ର,ସୋନିଆ ଦାସ,ସତ୍ୟଶ୍ରୀ ବାରିକ,ମାନସ ବିଶ୍ବାଳ,ମମତା ଦାସ,ଲିସ୍ପା ମହାପାତ୍ର,ପ୍ରଭଞ୍ଜନ ସାମନ୍ତରାୟ,ବିକାଶ ପାତ୍ର ପ୍ରମୁଖଙ୍କ ସମେତ ୧୯୯୯ବ୍ୟାଚର ସମସ୍ତ ଛାତ୍ର,ଛାତ୍ରୀ ମାନେ ଏହି ବନ୍ଧୁ ମିଳନରେ ଯୋଗଦେଇଥିଲେ।