ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଟ୍ରଲର ଚକା ତଳେ ବାଇକ ଚାପି ହୋଇ ଦୁଇ ମୃତ ଜଣେ ଗୁରୁତର*

ବୁଗୁଡ଼ା, 06/08/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଷୋଳମାଇଲି ଛକ ନିକଟରେ ଗୋଟିଏ ଟ୍ରଲର କୁ ଓଭର ଟେକ ବେଳେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି l ଦୁର୍ଘଟଣା ପରେ ଗୋଟିଏ ବାଇକ ଲୁହା ବୋଝେଇ ଟ୍ରଲର ଚକା ତଳେ ପସି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି l ଦୁଇ ମୃତକ ସମ୍ପର୍କ ରେ ବଡବାପା ପୁତୁରା ହୋଇଥିବା ଜଣାପଡିଛି l ଉଭୟ ବୁଗୁଡ଼ା ଥାନା ବେତାରସିଙ୍ଗି ଗ୍ରାମର ଖାଦାଳ ମହାରଣା ଓ ଶଶାଙ୍କ ମହାରଣା ହୋଇଥିବା ବେଳେ, ଗୁରୁତର ଜଣକ ହେଲେ ସିଶୁଣ୍ଡା ଗ୍ରାମର ଲକ୍ଷ୍ମୀନାରାୟଣ ବେହେରା l ମୃତକ ଏବଂ ଗୁରୁତର ବ୍ୟକ୍ତି ଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଖବରପାଇ ବୁଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l ଅନ୍ୟପଟେ ଦୁର୍ଘଟଣା ଗ୍ରସ୍ତ ଦୁଇ ବାଇକ ଏବଂ ଟ୍ରଲର ସହ ଚାଳକ ଙ୍କୁ ପୋଲିସ ଅଟକ ରଖିଛି l
Article Image
1