ପାରାଦୀପ ଗଡ, 15/11/2024, ଉତ୍କଳ voice news - utkalvoicenews.comଅଦ୍ୟ ତା ୧୪.୧୧.୨୦୨୪ ରିଖ : ଜଗତସିଂହପୁର ଜିଲ୍ଲା, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ, ପାରାଦୀପ ଗଡ ଗ୍ରାମରେ ଦୀର୍ଘ ୧୦୦ ବର୍ଷ ରୁ ଉର୍ଦ୍ଧ ହେବ ପାରମ୍ପରିକ ରୀତି ନିତି ଅନୁସାରେ ବୋଇତ ଭସାଣି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଆସୁଛି l ଗ୍ରାମ ର ବିଭିନ୍ନ ୱାର୍ଡ ରେ ନିର୍ମିତ ହୋଇଥିବା ୦୬ ଗୋଟି ସୁସଜ୍ଜିତ ବୋଇତ କୁ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପୂଜାଚର୍ନା କରି ଉଦ୍ଘାଟନ କରିବା ପରେ ଗ୍ରାମ ପରିକ୍ରମା କରି ତାଳଦଣ୍ଡା କେନାଲ, ଚନ୍ଦନ ପୋଖରୀ ଓ ପାପନାଶିନୀ ପୋଖରୀ ରେ ଭସାଣି କରିଥିଲେ l ପାରାଦୀପ ଲକ୍ ଥାନା ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଉଥିଲା ସେହିପରି ଭସାଣି ଉତ୍ସବ କୁ ତଦାରଖ କରିବା ପାଇଁ ପଞ୍ଚାୟତ ତରଫରୁ ୧୦ ଜନ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇ ଥିଲା ଗ୍ରାମ ର ହଜାର ହାଜର ଗ୍ରାମ ବାସି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ l ଆସନ୍ତା ସାଧାରଣ ତନ୍ତ୍ର ଦିବସ ସମାରୋହ ଉତ୍ସବ ଅବସରରେ ବୋଇତ ର ସାଜସଜ୍ଜା, ଶୃଂଖଳା, ନୃତ୍ୟ, ଗୀତ ଓ ସଙ୍ଗୀତ ରେ ଶ୍ରେଷ୍ଟ ସ୍ଥାନ ଅଧିକାର କରିଥିବା ବୋଇତ ଭସାଣି କମିଟି କୁ ପଞ୍ଚାୟତ ତରଫରୁ ପୁରସ୍କୃତ କରାଯିବ ବୋଲି ସରପଞ୍ଚ ଶ୍ରୀମତୀ ବେହେରା ପ୍ରକାଶ କରିଥଲେ l ଉକ୍ତ ଉତ୍ସବ ରେ ଅନ୍ୟ ମାନକ ମଧ୍ୟ ରେ ବରିଷ୍ଠ ଆଇନଜୀବୀ ସଞ୍ଜୟ କୁମାର ବେହେରା, ଚନ୍ଦ୍ର ଶେଖର ଚୌଧୁରୀ, ଅଲେଖ ମହାରଥା, ରମେଶ ଚନ୍ଦ୍ର ବେହେରା, ଦେବ ଦୁର୍ଲ୍ଲଭ କର, ସତ୍ୟନାରାୟଣ ମହାପାତ୍ର, ସନ୍ତୋଷ ଦୋରା, ରାକେଶ ମଙ୍ଗରାଜ, ଜିତେନ୍ଦ୍ର ସାମଲ, ରଞ୍ଜନ ସାମଲ, ସୁଧାଂଶୁ ଶେଖର ସାହୁ, ସୁଭଶ୍ମିତା ମଙ୍ଗରାଜ, ପାପୁନା ସେଠୀ, ବିପିନ ସେଠୀ, ବାପିନା ପଣ୍ଡା, ଲିପୁନ ବେହେରା, ଦୀପକ ପଣ୍ଡା, ସନାତନ ମାଝୀ, ସାରଦା ପ୍ରସନ୍ନ ସ୍ୱାଇଁ, ରବୀନ୍ଦ୍ର ସାହୁ, ପ୍ରମୁଖ ଉକ୍ତ ଉତ୍ସବ କୁ ପରିଚାଳନା କରିଥିଲେ l

