ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାବା ବାଲୁଙ୍କେଶ୍ୱର ପୀଠରେ ଭାଗବତ ସପ୍ତାହ ଉଦଯାପିତ।

ଏରସମା, 20/01/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତର ବାମଦେଇପୁର ବାବା ବାଲୁଙ୍କେଶ୍ୱର ପୀଠରେ ସାତ ଦିନ ବ୍ୟାପି ଭାଗବତ ସପ୍ତାହ ମହାସମାରୋହରେ ଉଦଯାପିତ ହୋଇଯାଇଛି।
Article Image
ଏହି ଭାଗବତ ସପ୍ତାହ ନିମନ୍ତେ ସାତ ଦିନ ବ୍ୟାପି ପୂଜକ ଶୁକଦେବ ଶତପଥୀ ଓ ସୁରେଶ ଚନ୍ଦ୍ର ମିଶ୍ର ଭାଗବତ ପାରାୟଣ ପଠନ କରିଥିଲେ।ଏଥିରେ କର୍ତ୍ତା ଭାବେ ଶିଶିର ମହାନ୍ତି ଓ କର୍ତ୍ତି ଭାବେ ବିନ୍ଦୁ ମହାନ୍ତି ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ବାମଦେଇପୁର ସମିତି ସଭ୍ୟ ବିକ୍ରମ ମହାପାତ୍ର,ଶଙ୍କର ମହାନ୍ତି,ବିମ୍ବାଧର ଦଳାଇ,ପ୍ରେମାନନ୍ଦ ବିଶ୍ବାଳ,ବିଚିତ୍ର ମହାପାତ୍ର,କ୍ଷୀରୋଦ ମହାନ୍ତି,ପ୍ରଫୁଲ୍ଲ ଦଳାଇ,ଦୂର୍ଗା ଚରଣ ସ୍ବାଇଁ,ବିଶ୍ଵନାଥ ସାହୁ,ଅର୍ଜ୍ଜୁନ ମହାନ୍ତି,ବନମାଳୀ ମହାପାତ୍ର,ବିକାଶ ମହାପାତ୍ର,ମଥୁରୀ ଜେନା,ଚୁବାନୀ ମହାନ୍ତି,ଭ୍ରମର ବର ଓଝା,ଶିବାନୀ ମହାନ୍ତି,ଜୀତୁ ଓଝା ଓ ରବୀନ୍ଦ୍ର ମହାନ୍ତି ପ୍ରମୁଖଙ୍କ ସମେତ ଗ୍ରାମବାସୀ ପରିଚାଳନା କରିଥିଲେ।ବାବା ବାଲୁଙ୍କେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁ ମାନେ ସାତ ଦିନ ବ୍ୟାପି ପ୍ରସାଦ ସେବନ କରିଥିଲେ।
1