ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*କୁଜଙ୍ଗ ମେଡିକାଲ ରେ ଭୟାବହ ଅଗ୍ନିକାଣ୍ଡ ,ଲକ୍ଷାଧ‌ିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ*

କୁଜଙ୍ଗ, 07/08/2025, ଉତ୍କଳ voice news - utkalvoicenews.com
Article Image
୬/୮ - ବୁଧବାର ରାତି ପ୍ରାୟ ନଅଟା ସମୟରେ କୁଜଙ୍ଗ ମେଡିକାଲ୍ ପରିସରରେ ଅଗ୍ନିକାଣ୍ଡ ଘଟି ଥିଲା। ତେବେ କିପରି ନିଆଁ ଲାଗିଲା ତାହା ବିଦ୍ୟୁତ ସର୍ଟସର୍କିଟ କିମ୍ବା ଅନ୍ୟ କୌଣସି କାରଣରୁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ ।ତେବେ ରାତିରେ ଏହି ଅଗ୍ନିକାଣ୍ଡ ଘଟଣା ରହସ୍ୟାବୃତ୍ତ ହୋଇ ରହିଥିବା ଜଣାପଡିଛି।ତେବେ ପୁଲିସ ଓ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।ପରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଚଳାଇଛନ୍ତି ।ଦୁଇଟି ଅଗ୍ନିଶମ ସେବାର ଦମକଳ ଗାଡି ଆସି ନିଆଁକୁ ଆୟତ କରିପାରିନଥିବା ବେଳେ , ପାରାଦ୍ଵୀପ ଓ ତିର୍ତୋଲରୁ ଦମକଳ ବାହିନୀ ଆସିଥିବା ଖବର ମିଳିଛି। ରାତି ୧୧ଟା ସୁଦ୍ଧା ତିର୍ତ୍ତୋଲ ଓ ଆର୍‌ସେଲ ମିଇଲ କମ୍ପାନୀରୁ ୨ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖୁଛନ୍ତି । ମେଡିକାଲ ଷ୍ଟୋର ରୁମରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥବା ଜଣାପଡିଛି । ନିଆଁକୁ ଦେଖି ହଠାତ୍ ମେଡିକାଲ୍ ଭିତର ଲୋକେ ଭୟଭୀତ ଭାବରେ ଦୈାଡା ଦୈାଡି କରିବାକୁ ଲାଗିଥିଲେ।
Article Image
Article Image
Article Image
1