ଏରସମା, 07/08/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡ଼ି ସଭାପତି ପାର୍ଥସାରଥୀ ରାଉତଙ୍କ ନେତୃତ୍ୱରେ ରାଜ୍ୟରେ ନାରୀ ସୁରକ୍ଷା ପାଇଁ ଗୁରୁବାର ପୂର୍ବାହ୍ନରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଓ ବ୍ରଜକିଶୋର ସଂସ୍କୃତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏରସମା ମୁଖ୍ୟବଜାର ରୁ ଏରସମା ଥାନା ପର୍ଯ୍ୟନ୍ତ ଏକ ପଦଯାତ୍ରା ଦେଖିବାକୁ ମିଳିଥିଲା। ରାଜ୍ୟରେ ସୋମ୍ୟଶ୍ରୀ ବିଶି, ବଳଙ୍ଗା ଘଟଣା ପରି ଦିନକୁ ଦିନ ନାରୀ ନିର୍ଯ୍ୟାତନା ଓ ନାରୀ ସୁରକ୍ଷା ପାଇଁ ସରକାର ସମ୍ପୂର୍ଣ ବିଫଳତା ଦେଖାଇଛନ୍ତି ଯାହା ପାର୍ଥସାରଥୀ ରାଉତ କହିଛନ୍ତି। ଏହି ପଦଯାତ୍ରାରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିବାବେଳେ ଏରସମା ବ୍ଲକ ବିଜୁଜନତା ଦଳର ଯୁବ ଉପ ସଭାପତି ଲୋକନାଥ ରାଉତ, ଏରସମା ବ୍ଲକ ଛାତ୍ର ସଭାପତି ସୋନକ ସାଶମଲ, କାର୍ଯ୍ୟକାରୀ ସଭାପତି ଚନ୍ଦନ ମଲ୍ଲିକ, ରାକେଶ ସ୍ୱଇଁ,ଏରସମା ବ୍ଲକ ପୂର୍ବତନ ଚେୟାରମ୍ୟାନ ମାନସ ସେଠୀ, ପ୍ରଣବ ସ୍ୱାଇଁ, ପ୍ରମୁଖ ଉପସ୍ଥିତ ଥିଲେ। ନାରୀ ସୁରକ୍ଷା ପାଇଁ ଛାତ୍ରୀମାନେ ଏକ ସ୍ମାରକ ପତ୍ର ଏରସମା ଥାନା ଅଧିକାରୀଙ୍କୁ ପ୍ରଦାନ କରିଥିଲେ।