*ଜଗତସିଂହପୁର /କୁଜଙ୍ଗ/*, 07/08/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲାର ସୁପରିଚିତ ଜଣେ ଜଣାଶୁଣା ସମାଜସେବୀ ଭାବେ ଡକ୍ଟର ସୁନାକର ବେହେରା ସାରା ଓଡ଼ିଶାରେ ପରିଚିତ।ତାଙ୍କୁ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ଦ୍ୱାରା ଓଡିଶା ରାଜ୍ୟର ରାଜ୍ୟ ସମ୍ପାଦକ ରୂପେ ନିଯୁକ୍ତ ପ୍ରଦାନ କରାଯାଇଛି।ଡ଼ଃ ବେହେରା ସମାଜିକ କ୍ଷେତ୍ରରେ ନିଜକୁ ପୂର୍ଣ୍ଣ ସମର୍ପଣ କରିବା ସହିତ ନିସ୍ଵାର୍ଥପର ସେବାର ପ୍ରତିଦାନରେ ଆଜି ତାଙ୍କୁ ମିଳିଛି ଜଣେ ସଚୋଟ ଆଉ ନିର୍ଭିକ ସମାଜସେବୀର ପଦ ମର୍ଯ୍ୟାଦା ଓ ବିଭିନ୍ନ ଜାତୀୟ ଓ ରାଜ୍ୟ ଅନୁଷ୍ଠାନ ର ଗୁରୁ ଦାଇତ୍ୱ। ନିକଟରେ ତାଙ୍କୁ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ଜାତୀୟ ମୁଖ ପାତ୍ର ସହ ଓଡିଶା ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା।ତାଙ୍କର ବଳିଷ୍ଠ କାର୍ଯ୍ୟଦକ୍ଷତା ଓ ସାମାଜିକ ସହବାନ୍ଧିତା ପାଇଁ ସାରା ଓଡିଶାର ଜନସାଧାରଣ ତାଙ୍କୁ ଦେଇଛନ୍ତି ଅଜସ୍ର ଭଲପାଇବାର ସ୍ନେହ ଆଉ ଶ୍ରଦ୍ଧା। ବିଭିନ୍ନ ସରକାରୀ ଓ ବେସରକାରି ସ୍ବେଛାସେବୀ ଅନୁଷ୍ଠାନ ସହିତ ନିଜକୁ ସାମିଲ କରି ସାମାଜିକ ପ୍ରଗତି,ସଂସ୍କାର, ଜନକଲ୍ୟାଣ କ୍ଷେତ୍ରରେ ଅହରହ ନିଜର ବୈପ୍ଳବିକ ଚେତନାକୁ ସମର୍ପଣ କରିଛନ୍ତି ସମାଜ ସେବାରେ।ଅନ୍ୟମାନଙ୍କ ପାଇଁ ଶ୍ରୀଯୁକ୍ତ ବେହେରା ଏକ ଉଦାହରଣ ଆଉ ପ୍ରେରଣା ଆଗାମୀ ଯୁବପିଢ଼ିପାଇଁ। ଓଡ଼ିଆଙ୍କ ପରିଚୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସଂକୃତି ତାଙ୍କୁ ଆଧ୍ୟାତ୍ମିକ ମାର୍ଗଦର୍ଶନ ସହିତ ସାମାଜିକ ସଂସ୍କାର ଦିଗରେ ଉତ୍ସାହ ଆଉ ସାହସ ଆଣିଦେଇଥାଏ ବୋଲି ସେ ମତବ୍ୟକ୍ତ କରିଛନ୍ତି।ଆଜିର ଏହି ସମସ୍ତ ସଫଳତାର ଶ୍ରେୟ ସାଧାରଣ ଜନସାଧାରଣ ଙ୍କୁ ଦେବା ସହିତ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ଆବାହକ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନୀଜୀବୀ ଶ୍ରୀଯୁକ୍ତ ସୁବ୍ରତ କୁମାର ନନ୍ଦ ଙ୍କୁ କୃତଜ୍ଞତା ପ୍ରଦାନ କରି ତାଙ୍କର ସାମାଜିକ ଯାତ୍ରାର ସଫଳତା ପାଇଁ ଭଲପାଉଥିବା ଜନସାଧାରଣ ଙ୍କୁ ଧନ୍ୟବାଦ ପ୍ରଦାନ ସହ ଆଶ୍ରିବାଦ ଲୋଡିଛନ୍ତି।ଡ଼ଃ ବେହେରାଙ୍କ ଏହି ନିଯୁକ୍ତି ପାଇଁ ରାଜ୍ୟର ବିଭିନ୍ନ ସ୍ବେଛାସେବୀ ସଂଗଠନ ତରଫରୁ ଶୁଭେଚ୍ଛା ବାର୍ତ୍ତା ମିଳିବାରେ ଲାଗିଛି।