ଏରସମା, 20/01/2025, ଉତ୍କଳ voice news - utkalvoicenews.com
ବାଲିକୁଦା ବ୍ଲକର ବୋରିକିନା ସତ୍ସଙ୍ଗ କେନ୍ଦ୍ର ଆନୁକୂଲ୍ୟରେ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପୁଣ୍ୟ ୧୩୭ ତମ ଜନ୍ମ ମହା-ମହୋତ୍ସବ ଓ ତତ୍ସହ ସତ୍ସଙ୍ଗ କେନ୍ଦ୍ରର ୧୩ତମ ବାର୍ଷିକ ଉତ୍ସବ ଅଗଣିତ ଭକ୍ତ ଅନୁଗାମୀ ମାନଙ୍କର ଉପସ୍ଥିତିରେ ମହାସମାରୋହରେ ପାଳିତ ହୋଇଯାଇଛି ।

ପ୍ରାତଃରେ ବେଦମାଙ୍ଗଳିକ, ନହବତଃ, ଉଷାକୀର୍ତ୍ତନ ସହ ପ୍ରାତଃବିନତୀ କରାଯାଇଥିଲା । ମଧ୍ୟାହ୍ନରେ ଆୟୋଜିତ ସତ୍ସଙ୍ଗରେ ସ.ପ୍ର.ଋ ନିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସତ୍ସଙ୍ଗରେ ସଭାରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ବାଲିକୁଦା ବ୍ଲକ ୩ନଂ ଜୋନ ଜିଲାପରିଷଦ ସଭ୍ୟା ରୁନିଲତା ବେହେରା, ଆଡ଼ଭୋକେଟ୍ ଡକ୍ଟର ବୀର ନାରାୟଣ ପାତ୍ର, ଇଂ. ଅଶ୍ୱିନୀ କୁମାର ସାହୁ, ଶିକ୍ଷାବିତ ବାବାଜୀ ଚରଣ ସ୍ୱାଇଁ, ସଂଗ୍ରାମ କେଶରୀ ସାହୁ, ସମୀର କୁମାର ଦାଶ, କାର୍ତ୍ତିକ ଚନ୍ଦ୍ର ବେହେରା, ଶିବ ପ୍ରସାଦ ବେହେରା, ସୁଜିତ କୁମାର ବେହେରା, କେଦାର ପାତ୍ର, କଣ୍ଠମଣି ସାହୁ, ରବୀନ୍ଦ୍ର କୁମାର ସାହୁ, ପ୍ରବୀର ମାଝୀ, ସୁଶୀଲ କୁମାର ପରିଡ଼ା, ପ୍ରତାପ କୁମାର ଦାସ ପ୍ରମୁଖ ଯୋଗଦେଇ ଆଜିର ସମାଜରେ ମାନବୀୟ ମୂଲ୍ୟବୋଧର ଦୃତ ଅବକ୍ଷୟ ଯୋଗୁଁ ସାମାଜିକ ଜୀବନ ଭୁଷୁଡି ପଡିଛି । ଏଥି ପାଇଁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଦିବ୍ୟ ଜୀବନୀ ଓ ସତ୍ୟାନୁସରଣର ପ୍ରତ୍ୟେକ ଟି ବାଣୀକୁ ଅନୁସରଣ କରିପାରିଲେ ସମାଜରେ ଦିବ୍ୟଭାବନା ସହିତ ଶାନ୍ତି ଓ ସଂହତି ପ୍ରତିଷ୍ଠା ହୋଇପାରିବ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସଦ୍ଗୁରୁ, ସତ୍ସଙ୍ଗ ଓ ସତନାମର ଆଶ୍ରୟ ଗ୍ରହଣ କଲେ ମଣିଷମାନେ ଦିବ୍ୟସତାର ଅଧିକାରୀ ହୋଇପାରିବେ ବୋଲି ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଏହି ସତସଙ୍ଗରେ ଆଖପାଖ ଅଞ୍ଚଳର ଶତାଧିକ ଅନୁଗାମୀ ଅଂଶ ଗ୍ରହଣ କରିଥିଲେ ।
