ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଚଢିଗଲା_ହାଇୱା#ବାପ_ଝିଅ_ମୃତ*

କୁଜଙ୍ଗ , 07/08/2025, ଉତ୍କଳ voice news - utkalvoicenews.com *(କୁଜଙ୍ଗ ରୁ ମନୋଜ କୁମାର ଜେନା ଙ୍କ ରିପୋର୍ଟ )* :
Article Image
କଟକ-ପାରାଦୀପ ରାସ୍ତାର କୁଜଙ୍ଗ କୋଠିଆସାହି ନିକଟରେ ସଡକ ଦୁର୍ଘଟଣା। ବାପ-ଝିଅଙ୍କ ଉପରେ ଚଢିଗଲା ହାଇୱା । ଏକ ଚିପ୍ପ ବୋଝେଇ ହାଇଓ୍ବା ବାଇକ ଉପରେ ଚଢିଗଲା। ଫଳରେ ଘଟଣା ସ୍ଥଳରେ ବାପ ଝିଅ ମୃତ। ପାରାଦୀପର ଏକ ଘରୋଇ ସ୍କୁଲରେ ୫ମ ଶ୍ରେଣୀରେ ଝିଅ ପାଠ ପଢୁଥିଲା । ସେମାନଙ୍କ ଘର କୁଜଙ୍ଗ ଷଣ୍ଢପୁର ଗାଁରେ। ବାପା ସାଙ୍ଗରେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା।
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ କୋଠିଆସାହି ନିକଟରେ ଗୋଡି ବୋଝେଇ ହାଇଵା ଯାହାର ନମ୍ବର OD09C 7255, ଏକ ମୋଟର ସାଇକେଲ ରେ ଧକା ଦେବାରୁ ବାଗୋଇ ପଞ୍ଚାୟତ ଷଣ୍ଢପୁର ଗ୍ରାମର ସ୍ବର୍ଗତ ରାମ ବିଶ୍ୱାଳ ଙ୍କ ପୁଅ ରାଜକିଶୋର ବିଶ୍ୱାଳ ଏକ ମାତ୍ର ଅଲିଅଳି ଝିଅ ଲୋରି ର ମୃତ୍ୟୁ ଘଟଛି l ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ବାପ ଓ ଝିଅ ସ୍କୁଲ ରୁ ମଟର ସାଇକେଲ ଯୋଗେ ଫେରୁଥିବା ବେଳେ ବିପରୀତ ଦିଗରୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ ଗୋଡି ବୋଝେଇ ହାଇଵା ଟ୍ରକ ଚକା ତଳେ ଚାପିଦେଇଥିଲା. ଏକମାତ୍ର ଝିଅ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଲୋରି ବିଶ୍ବାଳ କୁ ପାରାଦୀପ ସ୍ଥିତ ଦିଲ୍ଲୀ ପୁବ୍ଲିକ ସ୍କୁଲ କୁ ନିଜ ମୋଟର ସାଇକେଲ ଯୋଗେ ନବା ଆଣିବା କରନ୍ତି । ସ୍କୁଲ ରୁ ଫେରିବା ବେଳେ ସତେ ଯେପରି ଜମ କୋଠିଆସାହି ଗଡାରେ ଜଗି ବସିଥିଲା । ଆଉ ୫ଶହମିଟର ପରେ ଘରେ ପହଞ୍ଚିଥାନ୍ତେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ଏକ ହାଇୱା ଧକ୍କା ରେ ବାପ ଝିଅଙ୍କର ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ କଟକ ପାରାଦୀପ ରାଜ୍ଯ ରାଜପଥକୁ ସ୍ଥାନୀୟ ଜନସାଧାରଣ ବନ୍ଦ ରଖିଛନ୍ତି । କୁଜଙ୍ଗ ଥାନା ପକ୍ଷରୁ ଘଟଣା ଉପରେ ନଜର ରଖାଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ହେବାରୁତିର୍ତୋଲ ଉପଖଣ୍ଡ ଅଧିକାରୀ ଚିନ୍ମୟ ରାଉତ, କୁଜଙ୍ଗ ଆରକ୍ଷୀ ଅଧିକାରୀ ବଂଶୀଧର ପ୍ରଧାନ ପହଞ୍ଚି ଘଟଣା ଆୟତକୁ ଆଣିବାକୁ ଚେଷ୍ଟା କରୁଥିଲେ ମଧ୍ୟ ୫ ଘଣ୍ଟା ରୁ ରାଜ ରାସ୍ତା ଅବରୋଧ କରାଯାଇଛି l ୨ ପ୍ଲାଟୁନ ପୋଲିସ ମୂର୍ତ୍ତନ ହେବା ଜନସାଧାରଣ ହଇରାଣ ହରକତ ହେଉଛନ୍ତି ମୁଖ୍ୟ ରାଜରାସ୍ତା କୁ ସ୍ଥାନୀୟ ବାସିନ୍ଦା ଟାୟାର ଜାଳି ଅବରୋଧ କରିଛନ୍ତି ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହେଇଛି ସେପର୍ଯ୍ୟନ୍ତ ରାଜ ରାସ୍ତାକୁ ଅବରୋଧ କରିବେ ବୋଲି ସ୍ଥାନୀୟ ଅଞ୍ଚଳ ବାସିନ୍ଦା କହିଥିଲେ।
Article Image
Article Image
Article Image
Article Image
1