ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ବିପୁଳ ପରିମାଣର ଚୋରା ମଦ ଜବତ କରିଛି ଏରସମା ପୋଲିସ।*

*ଏରସମା*, 07/08/2025, ଉତ୍କଳ voice news - utkalvoicenews.com( *ଏରସମା ରୁ ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ* ) :
Article Image
ଏରସମା ପୁଲିସ ଆଜି ୨ ଜଣଙ୍କ ଠାରୁ ବିପୁଳ ପରିମାଣର ଚୋରା ମଦ ଜବତ କରିଛି।ଘଟଣାରୁ ଜଣାପଡିଛି ଆଜି ଜଗତସିଂହପୁର ମାର୍କଣ୍ଡ ପୁରର ବିରେନ୍ ଦାସ ନମ୍ବର ନଥିବା ଏକ ମଟରସାଇକେଲରେ ଗୋଡ଼ା ଅଞ୍ଚଳରୁ ଚୋରା ମଦନେଇ ଯାଉଥିବା ବେଳେ ଗୋଡ଼ା ବାଲିକୁଦା ରାସ୍ତାରେ ପୁଲିସ ମାଡ଼ି ବସିଥିଲା।ତା' ଠାରୁ ୫୦ ଲିଟର ମଦ ସହିତ ନମ୍ବର ବିହୀନ ଏକ ମଟର ସାଇକେଲ ଜବତ କରାଯାଇଛି।ସେହିପରି ବାଲିକୁଦା ତିତିରାର ଶତ୍ରୁଘ୍ନ ସାମଲ ଓ ଆର୍ ୦୨ ଡବ୍ଲ୍ୟୁ ୬୨୮୦ ମଟର ସାଇକେଲରେ ଚୋରା ମଦ ନେଇ ଏହି ରାସ୍ତାରେ ଯାଉଥିବା ବେଳେ ତାଠାରୁ ୫୭ ଲିଟର ମଦ,ନଗଦ ୪,୨୫୦ ଟଙ୍କା, ଗୋଟିଏ ମୋବାଇଲ ଫୋନ୍ ଓ ମଟର ସାଇକେଲ ଜବତ କରାଯାଇଛି।ଏହି ଦୁଇ ଚୋରା ମଦବେପାରୀ ବିରେନ ଦାସ ଓ ଶତ୍ରୁଘ୍ନ ସାମଲକୁ କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ପ୍ରେମଜିତ୍ ଦାସ ପ୍ରକାଶ କରିଛନ୍ତି।
2