ପୁରୀ, 08/08/2025, ଉତ୍କଳ voice news - utkalvoicenews.com(ମନୋଜ କୁମାର ଜେନା ଙ୍କ ରିପୋର୍ଟ) :
ସାଂସ୍କୃତିକ ବିକାଶ ପରିଷଦ ତରଫରୁ ପୁରୀ ବଡଦାଣ୍ଡ ଅନ୍ନପୂର୍ଣ୍ଣା ଥିଏଟର ରେ ଆଦିକଳା ସମ୍ମାନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା l ତେବେ ଏହି ମହୋତ୍ସବ ରେ ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ଅନ୍ତର୍ଗତ ଯଡ଼ିଦା ଗ୍ରାମର ନିରଞ୍ଜନ ପଣ୍ଡା ଙ୍କ ଝିଅ ମୌସୁମୀ ପଣ୍ଡା ଚମତ୍କାର ନୃତ୍ୟ ପ୍ରଦର୍ଶନ କରି ଆଦିକଳା ସମ୍ମାନ ପାଇବାରେ ଯୋଗ୍ୟ ବିବେଚିତ ହୋଇଛନ୍ତି l
ତେବେ ମୌସୁମୀ ଯଡିଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସପ୍ତମ ଶ୍ରେଣୀର ଛାତ୍ରୀ ଥିଲାବେଳେ ପିଲାଟି ଦିନରୁ ମୌସୁମୀ ର ନୃତ୍ୟ ପ୍ରତି ଆନ୍ତରିକତା ଦେଖି ତାଙ୍କ ବାପା ନିରଞ୍ଜନ ଓ ମା ଦେବଯାନୀ ପଣ୍ଡା ତାଙ୍କୁ ଏକ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ରର ଗୁରୁ ସୁକୁରିଆ ବେହେରା ଙ୍କ ଠାରୁ ନୃତ୍ୟ ଶିଖିବା ପାଇଁ ପ୍ରେରଣା ଦେଇଥିଲେ l
ଝିଅ ର ଏହି ପ୍ରକାର ସଫଳତା ଦେଖି ବର୍ତ୍ତମାନ ଉଭୟ ବାପା ଓ ମା ବହୁତ ଖୁସି ଅନୁଭବ କରିଛନ୍ତି ଏବଂ ଯଡ଼ିଦା ଗ୍ରାମର ଗ୍ରାମବାସୀ ଗାଁ ଝିଅଟି ର ଲୁକ୍କାୟିତ ପ୍ରତିଭା ର ପରିପ୍ରକାଶ କରିବା ପାଇଁ କିପରି ସାହାଯ୍ୟ ଓ ସହଯୋଗ ମିଳିବ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାଥନା କରିଛନ୍ତି l ପଙ୍କ ରୁ ପଦ୍ମ ଫୁଟିଲା ପରି କିପରି ମୌସୁମୀ ସଫଳତା ର ପାହାଚ ଚଢିବାରେ ଲାଗିଛି ତାହା ସମଗ୍ର ଜିଲ୍ଲା ରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଝିଅ ଟିର ଏହି ସଫଳତା ପାଇଁ ବିଭିନ୍ନ ମହାଳରୁ ପ୍ରଶଂସା ର ସୁଅ ଛୁଟିବାରେ ଲାଗିଛି l