ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ତାଳପଡାର ୨୬ତମ ବାର୍ଷିକ ଉତ୍ସବ* ।

କୁଜଙ୍ଗ, 21/01/2025, ଉତ୍କଳ voice news - utkalvoicenews.com ୨୧/୧(ବିପ୍ର) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରାହାମାରେ ୨୬ତମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।
Article Image
ରାହାମା ସ୍ଥିତ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଶିଶୁ ବିଦ୍ୟାମନ୍ଦିରର ସଭାପତି ଅଜୟ କୁମାର ସାହୁଙ୍କ ସଭାପତିତ୍ବରେ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ (ସମ୍ପଦ ଚରଣ ସ୍ବାଇଁ ) ମାନ୍ୟବର ମନ୍ତ୍ରୀ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା , ଓଡ଼ିଶା ସରକାର ଯୋଗଦେଇ ୨୬ ତମ ବାର୍ଷିକ ଉତ୍ସବକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ସୁଦ୍ଧି ରଞ୍ଜନ ମିଶ୍ର , ନିଗମ ବ୍ୟାପାର ପ୍ରମୁଖ ପିପିଏଲ ପାରାଦ୍ଵୀପ ଅତିଥି ଭାବେ ଡ଼ଃ ଅଜୟ କୁମାର ମହାନ୍ତି, ବିଶିଷ୍ଟ ବୈଜ୍ଞାନିକ ଓ ନିର୍ଦ୍ଦେଶକ ଡେଏଲଟି ଯୁକ୍ତରାଷ୍ଟ୍ର ଆମେରିକା ଯୋଗ ଦେଇଥିଲେ। ଏବଂ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ନିଜର ମୁଲ୍ୟବାନ ବକ୍ତବ୍ୟ ରଖିଥିଲେ। ଏଥି ସହ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ତାଳପଡା ରାହାମା ସମ୍ପାଦକ ଶ୍ରୀଯୁକ୍ତ ସମ୍ପଦ କୁମାର ଦାସ୍ ଅତିଥି ପରିଚୟ ଏବଂ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଭବିଷ୍ୟତ ଗଠନର ଏକ ପ୍ରମୁଖ ଭୂମିକା ନିଭାଇବା ସହ ନୂତନ ଶିକ୍ଷା ଆଣିବାକୁ ମାନ୍ୟବର ମନ୍ତ୍ରୀ ପ୍ରତିସୃତି ଦେଇଥିଲେ। ଏହି ଉତ୍ସବରେ ଛାତ୍ର ଛାତ୍ରୀ ସହ ଅଭିଭାବକ ଓ ଗୁରୁଜୀ ଗୁରୁମା ଶିଶୁମଦିରର ପରିଚାଳକ ମାନେ ଯୋଗ ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶେଷରେ ଜୟଶ୍ରୀ ନନ୍ଦିନୀ ସାହୁ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦ୍ବାରା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
1