ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଯୁବ ସମିତି ସଭ୍ୟ ପ୍ରମୋଦ ତରାଇ ଙ୍କ ଅକାଳ ବିୟୋଗରେ ଜନ୍ମ ମାଟିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି*

*ଏରସମା*, 09/08/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) 👉🏻
Article Image
ଏରସମା ବ୍ଲକ ସୋମପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପ୍ରମୋଦ କୁମାର ତରାଇ ଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ଘୋଡ଼ାଡିଆ ପାଟଣାସ୍ଥିତ ବାସ ଭବନ ରେ ଅନୁଷ୍ଠିତ ହୋଇଯାଇଅଛି । ବିଶିଷ୍ଟ ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ପରିଡା ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସ୍ମୃତି ସଭାରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ ଜେନା, ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପ-ସଭାପତି ଡ଼ ଲଲାଟେନ୍ଦୁ ମହାପାତ୍ର, ଆଇନଜୀବୀ ଡ଼ଃ ବୀର ନାରାୟଣ ପାତ୍ର, ଇ ନଳିନୀ କୁମାର ସ୍ୱାଇଁ, କଂଗ୍ରେସ ନେତା ଧ୍ଵଜରାଜ ଖଣ୍ଡୁଆଳ, ବଲ୍ଲଭାନନ୍ଦ ସ୍ୱାଇଁ, ବିଜେପି ନେତା ଶିବବ୍ରତ ଦାସ, ବିଜେପି ନେତା ସଞ୍ଜୟ କୁମାର ପରିଡ଼ା, ବୋରିକିନା ପଂଚାୟତ ର ପୂର୍ବତନ ସରପଞ୍ଚ ସାଧୁ ଚରଣ ସାହୁ, ସୋମପୁର ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ମୁରଲୀଧର ରାଉତ, ବିଷ୍ଣୁ ଚରଣ ପରିଡା, ଶିକ୍ଷାବିତ୍ ସରୋଜ ସ୍ବାଇଁ, ମାନଗୋବିନ୍ଦ ଦାସ, ପୂର୍ବତନ ସରପଞ୍ଚ ନିରଂଜନ ସାହୁ, ଶିକ୍ଷକ ନେତା ଦୈତାରି ତରାଇ, ଅନାଦି ତରାଇ, ନିରାକାର ସ୍ୱାଇଁ,ପ୍ରତାପ ଦାସ, ପଏଦା ସରପଞ୍ଚ ଦୀପ୍ତି ରାଣୀ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପ୍ରମୋଦ ତରାଇଙ୍କ ଗୁଣ ଗାନ କରିଥିଲେ । ସଭା ପ୍ରାରମ୍ଭରେ ସ୍ବର୍ଗତ ତରାଇ ଙ୍କ ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।
Article Image
1