ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଭଉଣୀ ଘରକୁ ଦଶାହ କର୍ମ ରେ ଯୋଗ ଦେବାକୁ ଆସି କେନାଲ ରେ ବୁଡ଼ି ଭାଈ ର ମୃତ୍ୟୁ, ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା,*

ପଙ୍କପାଳ, 09/08/2025, ଉତ୍କଳ voice news - utkalvoicenews.com( ଜଗନ୍ନାଥ ପ୍ରସାଦ ସାହୁଙ୍କ ରିପୋର୍ଟ ) 👉🏻
Article Image
କୁଜଙ୍ଗ ପଙ୍କପାଳ ଅଂଚଳ ର ରବୀନ୍ଦ୍ର ପରିଡା ଙ୍କ ବାଇଶି ବର୍ଷୀୟ ପୁଅ ଦୀପ୍ତି ରଞ୍ଜନ ପରିଡା ଚାନ୍ଦପୁର ରେ ବଡ ଭଉଣୀ ଙ୍କ ଶାଶୁ ର ଦଶାହ କର୍ମ ରେ ଯୋଗ ଦେବାକୁ ଆସିଥିବା ବେଳେ ଅସାବଧାନତା ବଶତଃ ତାଳଦଣ୍ଡା କେନାଲରେ ବୁଡ଼ି ଯାଇଥିଲେ, ଖବର ପାଇ ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଦଳ ପହଂଚି ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲେ ବି ଉଦ୍ଧାର କରି ପାରି ନ ଥିଲେ, କିଛି ସ୍ଥାନୀୟ ସାହସୀ ଯୁବକ ଖୋଜା ଖୋଜି କରିବା ପରେ ଚାନ୍ଦପୁର ର ଜଣେ ଯୁବକ ଦୀର୍ଘ ସମୟ ଖୋଜିବା ପରେ ଦୀପ୍ତି ରଞ୍ଜନ ର ମୃତ ଦେହ କୁ ଠାବ କରି ପାରିଥିଲେ, ରାକ୍ଷୀ ପୁର୍ଣିମା ରେ ଭଉଣୀ ଘରକୁ ଆସି ଭାଈ ର ଏଭଳି ଅଭାବନୀୟ ମୃତ୍ୟୁ କୁ କେହି ସହଜ ରେ ଗ୍ରହଣ କରି ପାରୁ ନ ଥିବା ବେଳେ, ଉଭୟ ପରିବାର ଓ ସ୍ଥାନୀୟ ଅଂଚଳ ରେ ଦୁଃଖ ର ବାତାବରଣ ଖେଳି ଯାଇଛି, ଉଦ୍ଧାର ପରେ କୁଜଙ୍ଗ ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇ ଘଟଣା ର ଅନୁସନ୍ଧାନ ଜାରି ରଖିଛି.
Article Image
Article Image
Article Image
1