ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

"ଘୁମୁସର ର ସ୍ବର" ପକ୍ଷରୁ ୧୫୨ତମ ପୁର୍ଣ୍ଣିମା ସାହିତ୍ୟ ଆସରରେ ଗଙ୍ଗାଧର ମେହର ସାହିତ୍ୟ ଆଲୋଚନା

ବୁଗୁଡ଼ା, 09/08/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) : 👉🏻
Article Image
ପବିତ୍ର ଗହ୍ମା ପୁର୍ଣ୍ଣିମା ଅବସରରେ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ "ଘୁମୁସର ର ସ୍ବର" ପକ୍ଷରୁ ୧୫୨ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର "ଏସ୍କଲେଣ୍ଟ୍ ଇଣ୍ଟିଗ୍ରେଟେଡ଼ ଇନଷ୍ଟିଚ୍ୟୁଟ୍" ବାଲିପଦର ଠାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରତିଷ୍ଠାନର ସଭାପତି ତଥା ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ତଥା ପୁର୍ବତନ ସମିତି ସଭ୍ଯ ମହେନ୍ଦ୍ର ପ୍ରସାଦ ପଣ୍ଡା, ବାଲିପଦର ହାଇସ୍କୁଲର ପ୍ରଧାନ ଶିକ୍ଷକ ଇ. ନିଳାଚଳ ପାତ୍ର, କବି ପଦ୍ମ ଲୋଚନ ଗୌଡ, ନିରଞ୍ଜନ ପାତ୍ର, ସଞ୍ଜୟ ରାଉତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଗଙ୍ଗାଧର ମେହର ସାହିତ୍ୟ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ। ସମଗ୍ର ଓଡ଼ିଆ ସାହିତ୍ୟର ଅନନ୍ୟ ସ୍ରୁଷ୍ଟି ଗଙ୍ଗାଧର ମେହରଙ୍କ କାବ୍ୟ, କବିତା। ଏହାର ସୁରକ୍ଷା ନିତାନ୍ତ ଜରୁରୀ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ରାକ୍ଷୀ ବାନ୍ଧିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ଶେଷରେ ନିରଞ୍ଜନ ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।
Article Image
Article Image
10