ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ାରେ ଶ୍ରୀବଳଦେବ ସ୍ବାମୀଙ୍କ ଜନ୍ମୋତ୍ସବ ପାଳିତ

ବୁଗୁଡ଼ା, 09/08/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) 👉🏻
Article Image
ସ୍ଥାନୀୟ ବଳଦେବ ମନ୍ଦିରରେ ଶ୍ରାବଣ ପୂର୍ଣ୍ଣିମା ଅବସରରେ ବଡ ଠାକୁର ଶ୍ରୀବଳଦେବଙ୍କ ଜନ୍ମୋତ୍ସବ ସ୍ବତନ୍ତ୍ର ବିଧିରେ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ କାଳରେ ଠାକୁରଙ୍କ ଅବକାଶ,ମଙ୍ଗଳ ଆଳତୀ, ବାଳଭୋଗ ଆଦି କାର୍ଯ୍ୟ କରାଯାଇଥିବା ବେଳେ ପୂର୍ବାହ୍ନରେ ଶ୍ରୀବଳଦେବଙ୍କ ଜନ୍ମବିଧି ପାଳନ, ରୋଷ ହୋମ, ପଞ୍ଚାମୃତ, ପୂଜାର୍ଚ୍ଚନା ପ୍ରଭୃତି କାର୍ଯ୍ୟ ଯଥା ରୀତିନୀତିରେ ସମ୍ପନ୍ନ ହୋଇଥିଲା ।ଏହା ପରେ ମନ୍ଦିର ପ୍ରାଙ୍ଗଣରେ ଦୁରାଚାରୀ ପ୍ରଳମ୍ବା ଅସୁରର ବାଲୁକା ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଯାଇ ବଧ ପର୍ବ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପଦ୍ମ ଚରଣ ଦାଶ, ରାମାନୁଜ ମହାପାତ୍ର, ଦୁର୍ଗା ମାଧବ ପାଣି , ସିମାଞ୍ଚଳ ପଣ୍ଡା , ସାଲବେଗ ଶତପଥି ଓ ଗୋପାଳ କୃଷ୍ଣ ହୋତା ପ୍ରମୁଖ ପୁରୋହିତ କାର୍ଯ୍ୟ ସମ୍ପାଦନ କରିଥିଲା ବେଳେ କର୍ତ୍ତା ଭାବେ ଅରୁଣ କୁମାର ପାଣି ଦାୟିତ୍ୱ ନିର୍ବାହ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଦିନବନ୍ଧୁ ପାଣିଙ୍କ ସମେତ ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘର ସଦସ୍ୟମାନେ ସହଯୋଗ କରିଥିଲେ । ବହୁ ସଂଖ୍ୟକ ଭକ୍ତ ଠାକୁର ଦର୍ଶନ ନିମନ୍ତେ ମନ୍ଦିରରେ ସମ୍ମିଳିତ ହୋଇଥିଲେ ।
1