ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିଶୁ ମନ୍ଦିର ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ଆଡମ୍ବର ସହ ପାଳିତ

ବୁଗୁଡ଼ା, 09/08/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) 👉🏻
Article Image
ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ତିଥିରେ”ରକ୍ଷା ବନ୍ଧନ ଉତ୍ସବ”ଉତ୍ସାହର ସହ ପାଳିତ ହୋଇଯାଇଛି।ପ୍ରଧାନାଚାର୍ଯ୍ୟ ଅଟଳ ଲିଙ୍ଗରାଜଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର,ଶିକ୍ଷକ ଜୟନ୍ତ କୁମାର ପଟ୍ଟନାୟକ,ପରିଚାଳନା ସମିତି ସମ୍ପାଦକ ବିଶ୍ବ ମୋହନ ମିଶ୍ର ଓ କୋଷାଧ୍ୟକ୍ଷ ତ୍ରିଲୋଚନ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ରକ୍ଷା ବନ୍ଧନ ଉତ୍ସବ ପାଳନର ତାତ୍ପର୍ଯ୍ୟ ସମ୍ପର୍କେ ଆଲୋକପାତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଗୁରୁ ମାଆ ଲିଲି କୁମାରୀ ପ୍ରଧାନ ସଂଯୋଜନା କରିଥିବା ବେଳେ ଗୁରୁଜୀ ସଞ୍ଜୟ କୁମାର ଷଡଙ୍ଗି ଗୈରିକ ଧ୍ବଜା ଉତ୍ତୋଳନ କରିଥିଲେ।ଭଉଣୀ ଆଦ୍ଯାଶା ରାଣୀ ଡାକୁଆ ସ୍ବାଗତ ସଙ୍ଗୀତ ଗାନ ଓ ଇସିକା ସାହୁ ଅମୃତ ବଚନ ପ୍ରଦାନ କରିଥିବା ବେଳେ ପରିଶେଷରେ ଗୁରୁ ମାଆ ହରପ୍ରିୟା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏ ଅବସରରେ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ସହ ଶିଶୁ ବାଟିକା ବିଭାଗ ପକ୍ଷରୁ ପ୍ରମୁଖ ଗୁରୁ ମାଆ ମମତା ସାହୁଙ୍କ ତତ୍ତ୍ବାବଧାନରେ ଅରୁଣ,ଉଦୟ ଓ ପ୍ରଭାତ ଶ୍ରେଣୀର ଶିଶୁ ଭାଇ ଭଉଣୀଙ୍କୁ ନେଇ”ଗହ୍ମା ଡିଆଁ” କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।ଏଥି ସହ ଶିଶୁ ମନ୍ଦିରର ଭାଇ-ଭଉଣୀ ମାନେ ଗୁରୁଜୀ-ଗୁରୁ ମାଆ ଙ୍କ ଗହଣରେ ଯାଇ ବିଭିନ୍ନ କାର୍ଯ୍ୟାଳୟ ଏବଂ ସାହି ପରିକ୍ରମା କରି ରାକ୍ଷୀ ବନ୍ଧନ କାର୍ଯ୍ୟ କରିଥିଲେ।ସେହିପରି ବୁଗୁଡ଼ା ବ୍ଲକର କରଚୁଲି ଗ୍ରାମସ୍ଥ ସରସ୍ବତୀ ଶିଶୁ ମନ୍ଦିରରେ ମଧ୍ୟ ପ୍ରଧାନାଚାର୍ଯ୍ୟ ସୁଶାନ୍ତ କୁମାର ପ୍ରଧାନଙ୍କ ତତ୍ତ୍ବାବଧାନରେ “ରକ୍ଷା ବନ୍ଧନ” ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
Article Image
Article Image
1