ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ସଡ଼କ ଦୁର୍ଘଟଣାରେ ବାପ ଓ ଝିଅଙ୍କ ମୃତ୍ୟୁ ପରିବାରକୁ ଭେଟିଲେ ଶିଳ୍ପମନ୍ତ୍ରୀ *

କୁଜଙ୍ଗ , 10/08/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କଟକ-ପାରାଦୀପ ମୁଖ୍ୟ ରାସ୍ତାର କୋଠିଆସାହି ନିକଟରେ ଅଗଷ୍ଟ ୭ରେ ଏକ ହାଇୱା ଧକ୍କାରେ ଷଣ୍ଢପୁର ଗ୍ରାମର ରାଜକିଶୋର ବିଶ୍ୱାଳ ଓ ତାଙ୍କ ୯ ବର୍ଷର ଝିଅର ମୃତ୍ଯୁ ଘଟିଥିଲା। ଏହି ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାରକୁ ରବିବାର ପାରାଦୀପ ବିଧାୟକ ତଥା ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଭେଟି ସାନ୍ତ୍ବନା ଦେଇଛନ୍ତି । ରାଜକିଶୋରଙ୍କ ବିଧବା ସ୍ତ୍ରୀ, ମା’ ଓ ଭାଇଙ୍କୁ‘ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟପଟେ ପରିବାରବର୍ଗ କିପରି ଉପଯୁକ୍ତ କ୍ଷତିପୂରଣ ପାଇବା ସହ ତାଙ୍କ ବିଧବା ସ୍ତ୍ରୀ କିପରି ଆତ୍ମ ନିର୍ଭରଶୀଳ ହେବେ ସେଥ‌ିପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଭୋରୁ ଚିକିତ୍ସାଧୀନ ଅବସ୍ଥାରେ ହୃଦ୍‌ଘାତରେ ପ୍ରାଣ ହରାଇଥିବା ଷଣ୍ଢପୁର ଗ୍ରାମର ଶ୍ରୀକାନ୍ତ ବିଶ୍ୱାଳଙ୍କ ଶେଷ ଦର୍ଶନ କରିବା ସହ ଶୋକସ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏହି ଅବସରରେ ଗୋପିଆକୁଦ ସରପଞ୍ଚ ଶ୍ରୀନିବାସ ସ୍ବାଇଁ, ପୂର୍ବତନ ଭାଜପା ଜିଲା ସମ୍ପାଦକ ମନୋଜ ପ୍ରଧାନ, ମନ୍ତ୍ରୀଙ୍କ କୁଜଙ୍ଗ ବ୍ଲକ ପ୍ରତିନିଧ୍ ଦିଲୀପ ବେହେରା, ପ୍ରକାଶ ପ୍ରଧାନ ଓ ନାରୀନେତ୍ରୀ ଚନ୍ଦ୍ରକାନ୍ତି ପଲେଇ ବୀରକିଶୋର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
Article Image
Article Image
Article Image
1