ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଵା°ଶରେ ଶହିଦ ଖୁଦିରାମ ବୋଷଙ୍କ ଫାଶୀ ଦିବସ ପାଳନ

ଏରସମା, 11/08/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଆଜିକୁ ୧୧୭ ବର୍ଷ ଚଳେ ୧୯୦୮ ମସିହାର ଆଜିର ଦିନରେ ଜଣେ ୧୮ ବର୍ଷ ବୟସର କିଶୋର ଖୁଦିରାମ ବୋଷଙ୍କୁ ସାମ୍ରାଜ୍ୟ ବାଦି ଶାସକ ଇଂରେଜ ସରକାର ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ। ତାଙ୍କର ଦୋଷ ଥିଲା ଅତ୍ୟାଚାରୀ ପ୍ରଶାସନିକ ଅଧିକାରୀ କିଙ୍ଗସ୍ ଫୋର୍ଡ ଙ୍କୁ ହତ୍ୟା ଷଡଯନ୍ତ୍ର। କିଶୋର ଖୁଦିରାମ ସାଧାରଣ ମଣିଷର ଦୁଃଖ ଦୁର୍ଦ୍ଦଶାର ସମାଧାନ ଲାଗି ବିପ୍ଳବୀ ଅନୁଷ୍ଠାନ ଅନୁଶୀଳନ ସମିତିରେ ଯୋଗଦେଇଥିଲେ। ଜଣେ ସକ୍ରିୟ ସ୍ଵେଚ୍ଛାସେବୀ ଭାବରେ ସେ କାମ କରୁଥିଲେ। ଦେଶରୁ ବ୍ରିଟିଶ ଶାସକ ଯିବା ସହିତ ଦାରିଦ୍ର୍ୟ, ଅଶିକ୍ଷା, ଅପପୁଷ୍ଟି , ଅପସଂସ୍କୃତିର ବିଲୋପ ହୋଇ ଏକ ସୁସ୍ଥ ସମାଜ ବ୍ୟବସ୍ଥା ପ୍ରତିଷ୍ଠା ଥିଲା ତାଙ୍କର ସ୍ଵପ୍ନ। ତାଙ୍କର ସେହି ଅପୂରିତ ସ୍ଵପ୍ନକୁ ସାକାର କରିବା ପାଇଁ ଆଜିର କିଶୋର କିଶୋରୀ ମାନେ ଆଗେଇ ଆସିବା ଆଜିର ଆହ୍ବାନ। ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ଜିଲ୍ଲା ସମ୍ପାଦକ କମ୍ରେଡ ସୁବାସ ସ୍ଵାଇଁ ମୁଖ୍ୟ ବକ୍ତା ଭାବେ ଶହିଦ ଖୁଦିରାମ ବୋଷଙ୍କ ଜୀବନର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଶହିଦ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ବିପ୍ଳବୀ ସଂଗୀତ ଗାନ କରାଯାଇଥିଲା । ଇତିଶ୍ରୀ ବିଶ୍ଵାଳ,ଅଭିପସା ମୁଦୁଲି,ଗଉରୀ ସାମଲ, ଅନନ୍ୟା ପ୍ରିୟ ଦର୍ଶିନୀ, ଆଦିତ୍ୟ ମୁଦୁଲି, ରାମଚନ୍ଦ୍ର ଭୋଇ, ଦୀପ୍ତି ରଞ୍ଜନ ବିଶ୍ଵାଳ,ପ୍ରଜିତ ଦାସ ପ୍ରମୁଖ କାର୍ଯ୍ୟ କ୍ରମ ଆୟୋଜନ କରିଥିଲେ।
Article Image
1