ଏରସମା, 11/08/2025, ଉତ୍କଳ voice news - utkalvoicenews.com* ( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) * 👉🏻

ଏରସମା ବ୍ଲକ ଅନ୍ତର୍ଗତ ଗଡ଼କୁଜଙ୍ଗ ପଞ୍ଚାୟତ ପୋଲାଙ୍ଗ ଗ୍ରାମର ଦୁର୍ଗା ଧଡାଙ୍କ ଝିଅ ବର୍ଷା ଧଡା ବୟସ (୧୫) ବର୍ଷ ସେ ଗଡ଼କୁଜଙ୍ଗ ସ୍ଥିତ ସରକାରୀ ଉନ୍ନତ ଉଚ୍ଚବିଦ୍ୟାଳୟର ଛାତ୍ରୀ ଅଟନ୍ତି।ସେ ଆଜି ସକାଳ ୧୦ ଘଟିକା ସମୟରେ ସ୍କୁଲକୁ ପଢିବା ପାଇଁ ଆସିଥିଲେ।ପଢିବା ସମୟରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ସେଠୀ ତୁରନ୍ତ ଗଡ଼କୁଜଙ୍ଗ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଯଦୁନାଥ ଖଟୁଆଙ୍କୁ ଟେଲିଫୋନ ମାଧ୍ୟମରେ ଜଣାଇଥିଲେ।ଶ୍ରୀଯୁକ୍ତ ଖଟୁଆ ତାଙ୍କ ଘର ଲୋକଙ୍କୁ ଯୋଗାଯୋଗ କରିଥିଲେ ବି କେହି ଆସିନଥିଲେ।ଫଳରେ ପୋଲାଙ୍ଗ ଗ୍ରାମ୍ୟ କମିଟିର ସଭାପତି ତଥା ସମାଜସେବୀ ବାପୁନି ସାମଲ ସ୍କୁଲରେ ପହଞ୍ଚି ସଙ୍ଗେ ସଙ୍ଗେ ବାଲିତୁଠ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଛାତ୍ରୀଟିକୁ ନେଇଯାଇଥିଲେ ତାଙ୍କ ସହିତ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ସେଠି, ସହକାରୀ ଶିକ୍ଷକ ରାମଚନ୍ଦ୍ର ସିଂ,ଶ୍ରେଣୀ ଶିକ୍ଷୟିତ୍ରୀ ରିନାବାଳା ଗଡୁ,ସମାଜସେବୀ ମନୋଜ ମାଝୀ, ସରପଞ୍ଚ ଙ୍କ ପ୍ରତିନିଧି ଯଦୁନାଥ ଖଟୁଆ ଯାଇଥିଲେ। ସୂଚନାଯୋଗ୍ୟ କି ପିଲାଟିର କିଛି ଦିନ ହେବ ଜ୍ୱର ହେଇଥିଲା ଖାଦ୍ୟ ଖାଇବାରେ ଅବହେଳା ହେଇଥିଲା ଫଳରେ ସ୍ୱାସ୍ଥ୍ୟ ଅବସ୍ଥା ଭଲସେ ଠିକ୍ ଠାକ୍ ନଥିଲେ। ଏପଟେ ପ୍ରବଳ ମାତ୍ରରେ ଖରା ହେଉଥିବାରୁ ଶରିର ଦୁର୍ବଳ ହେଇଯାଇଥିବାରୁ ଏସିଡିଟି ବଢି ଯାଇ ଗ୍ୟାସ ବଢିଯିବାରୁ ଛାତିରେ ଯନ୍ତ୍ରଣା ହେଇ ଅଚେତ୍ ଅବସ୍ଥାକୁ ଗତିକରିବାରୁ ଜଣାପଡିଛି।ବାଲିତୁଠ ପ୍ରାଥମିକ ଚିକିତ୍ସକ ଛାତ୍ରୀଟିକୁ ତୁରନ୍ତ ଚିକିତ୍ସା କରାଇଥିଲେ ଫଳରେ ଛାତ୍ରୀଟି ସୁସ୍ଥ ଅନୁଭବ କରିଥିଲେ। ସମାଜସେବୀ ବାପୁନି ସାମଲ ଓ ସ୍କୁଲର ଶୀକ୍ଷକ ମାନଙ୍କ ଏପରି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଛାତ୍ରୀଟିର ଜୀବନ ରକ୍ଷା ପାଇଲା