ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ବୋରିକିନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ*

ଏରସମା, 11/08/2025, ଉତ୍କଳ voice news - utkalvoicenews.com* ( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) * 👉🏻
Article Image
ବାଲିକୁଦା ବ୍ଲକର ବୋରିକିନା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ମେଡିକାଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ସରକାରଙ୍କ ତରଫରୁ ଦୀର୍ଘ ୭ବର୍ଷ ହେଲା ସରକାରୀ ଭାବେ ବୋରିକିନା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ନାମକୁ ଘୋଷଣା କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ବ୍ୟବସ୍ଥା କରାଯାଇନଥିବାରୁ ଘଟଣାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ବୋରିକିନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪ ଘଣ୍ଟିଆ ସେବା ଯୋଗାଇ ଦେବାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ଅନୁରୋଧ କରାଯାଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ଆନୁସଙ୍ଗିକ ସରଞ୍ଜାମ ଓ ବ୍ୟବସ୍ଥା ଦିଗରେ ମାନ୍ୟବର ବିଧାୟକ ଶ୍ରୀ ଜେନା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବୋରିକିନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କର ସରକାରୀ ବାସଗୃହ ଯୁଦ୍ଧକାଳୀନ ଭିତ୍ତିରେ ପୁନଃନିର୍ମାଣ ସହିତ ସେମାନଙ୍କ ବାସଗୃହକୁ ଜଳଯୋଗାଣ ପାଇଁ ନିଷ୍ପତି ଗ୍ରହଣ କରାଗଲା । ବର୍ତ୍ତମାନ ର ସ୍ୱାସ୍ଥ୍ୟକେନ୍ଦ୍ରର ଗୃହକୁ ମରାମତି କରିବା ପାଇଁ ଆଜିର ବୈଠକରେ ସର୍ବସଂମତି କ୍ରମେ ସ୍ଥିର କରାଗଲା । ବୋରିକିନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ୬ଟି ଉପ-ସ୍ବାସ୍ଥ୍ୟକେନ୍ଦ୍ରର କାର୍ଯ୍ୟକ୍ରମ ଏବଂ ଗାଁ କଲ୍ୟାଣ ସମିତିର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ରୋଗୀକଲ୍ୟାଣ ବୈଠକରେ ବାଲିକୁଦା ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ବାଲିକୁଦା ମଣ୍ଡଳ ଉନ୍ନୟନ ଅଧିକାରୀ ସାଗର ନନ୍ଦ, ଜିଲାପରିଷଦ ସଭ୍ୟା ରୁନିଲତା ବେହେରା, ବୋରିକିନା ସରପଞ୍ଚ ସାଗରିକା ପରିଡା, ବାଲିକୁଦା ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ର ଅଧିକ୍ଷକ ଡା. ହିମାଂଶୁ ଶେଖର ସାହୁ, ଡା. ଗୀତାଞ୍ଜଳି ସାହୁ, ଡ଼. ସୁବ୍ରତ କୁମାର ସାହୁ , ଫାର୍ମାସିଷ୍ଟ ଜ୍ୟୋତିପ୍ରକାଶ ନାୟକ, ବିପିଏମ ବନବିହାରୀ ମହାରଣା, ଡା. ସୁବ୍ରତ ସାହୁ, ଡା. ରାଜେଶ ରାଉତ, ଡା. ଅଂଶୁମାନ ପାଢ଼ୀ, ଡା. ବିଭୁ ପ୍ରକାଶ ଓଝା, ଡା. ମୁଶଳ ହାଁସଦା, ଦୀପ୍ତିରେଖା ମଲିକ, ସପନ କୁମାର ଅଧିକାରୀ, ମନୋରଞ୍ଜନ ମହାନ୍ତି, ହରେକୃଷ୍ଣ ମଲ୍ଲିକ, ଜୟଶ୍ରୀ ଦାସ ପ୍ରମୁଖ ଯୋଗଦେଇଥିଲେ । ତେବେ ଏହି ବୈଠକ ରୋଗୀ ସେବା ଓ ମେଡିକାଲର ପରିଷ୍କାର ପରିଚ୍ଛନତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଡା. ଗୀତାଞ୍ଜଳି ସାହୁ ବୈଠକର ଲକ୍ଷ ଓ ଉଦ୍ଧେଶ୍ୟ ଉପରେ ଆଲୋକପାତ କରିଥିଲେ । ଏଠାରେ ଆବଶ୍ୟକ ମୁତାବକ ଡାକ୍ତର ନିଯୁକ୍ତି ଦେଇ ୨୪ ଘଂଟିଆ ରୋଗୀ ସେବା ଯୋଗାଇ ଦେବାକୁ ସମିତିର ସଦସ୍ୟମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଅତିଥି ମାନେ ଡାକ୍ତରଖାନା ପରିସର ବୁଲି ଦେଖିବା ସହିତ ସ୍ୱାସ୍ଥ୍ୟକର୍ମଚାରୀ ଙ୍କ ବାସଗୃହ ଓ ନୂତନ ଭାବେ ନିର୍ମାଣ କରାଯିବା ପାଇଁ ସ୍ଥିରୀକୃତ ହୋଇଥିବା ସ୍ଥାନକୁ ପରିଦର୍ଶନ କରିଥିଲେ । ମେଡିକାଲ କର୍ମଚାରୀ ଦିଲ୍ଲିପ ମୁଦୁଲି, ଅର୍ଜୁନ ଚରଣ ପୃଷ୍ଠି, ସମୀର ଗୋଚ୍ଛାୟତ, କବିତା ଗୋଚ୍ଛାୟତ, ଟିକି ବାରିକ, ସତ୍ୟଜିତ ସାହୁ ପ୍ରମୁଖ ସହାୟତା କରିଥିଲେ । ଶେଷରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡଃ. ଗୀତାଞ୍ଜଳି ସାହୁ ଧନ୍ୟବାଦ ଦେଇଥିଲେ ।
Article Image
Article Image
1