ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ପାଖେଇ ଆସିଲାଣି ଗଣେଶ ପୂଜା,ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର*

* ବୁଗୁଡ଼ା *, 11/08/2025, ଉତ୍କଳ voice news - utkalvoicenews.com*(ସୋରେନ କୁମାର ପ୍ରଧାନ)* 👉🏻
Article Image
ଗଣେଶ ପୂଜା ପାଖେଇ ଆସିଲାଣି । ଉତ୍ସବ ମୁଖର ହୋଇ ଉଠିବ ବୁଗୁଡ଼ା ଅଞ୍ଚଳ । ସେଥି ପାଇଁ ବୁଗୁଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ। ଆଉ କିଛି ଦିନ ବ୍ୟବଧାନ ପରେ ଗଣେଶ ପୂଜା ପଡୁଥିବାରୁ କାରିଗରମାନେ ମୂର୍ତ୍ତିରେ ନଡ଼ା ବିଡା ଠାରୁ ଆରମ୍ଭ କରି ମାଟି ପ୍ରଲେପ କାର୍ଯ୍ୟ ଜୋର ସୋରରେ ଜାରି ରଖିଛନ୍ତି । ମୂର୍ତ୍ତି ନିର୍ମାଣରେ ପରିଶ୍ରମ ତୁଳନାରେ ଲାଭ ମିଳୁନଥିଲେ ମଧ୍ୟ କାରିଗରମାନେ ଦେଖାଇ ଚାଲିଛନ୍ତି ନିଜ ହାତର ଯାଦୁଗରୀ । ବୁଗୁଡା ଅଞ୍ଚଳର ବୟୋଜ୍ୟେଷ୍ଠ ତଥା ଅଭିଜ୍ଞ ମୂର୍ତ୍ତି କାରିଗର ଗୋବିନ୍ଦ ବେହେରାଙ୍କ ସମେତ ରବିନ୍ଦ୍ର ବେହେରା, କୈଳାସ ବେହେରା, ଗୁଳା ଦେହେରା, ସେନୁ ବେହେରା, ବିଶ୍ଵନାଥ ବେହେରା, ପ୍ରମୋଦ ବେହେରା, ଲିଟୁ ନାୟକ, ଟୁଟୁ ବେହେରା,ନିମେଇଁ ଚରଣ ବିଷୋୟୀ, ତାରା ପ୍ରସାଦ ଭୂୟାଁ, ଭଗବାନ ବେହେରା, ବାବୁ ନାୟକ ପ୍ରମୁଖ ନିଜ ନିଜର ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରଖିଛନ୍ତି । ବୁଗୁଡା ଏବଂ ଆଖପାଖ ଅଞ୍ଚଳରେ ସେମାନଙ୍କ ହାତଗଢା ମୂର୍ତ୍ତିର ବେଶ ଚାହିଦା ରହିଛି । ମୂର୍ତ୍ତି ନିମନ୍ତେ ଲୋକଙ୍କ ଶ୍ରଦ୍ଧା ଓ ପ୍ରଶଂସାର ଦୁଇପଦ ଶୁଣିଲେ କାରିଗରମାନେ ନିଜର କଳାକୁ ଅଧିକ ଜୀବନ୍ତ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଲୋକଙ୍କ ଏହି ପ୍ରଶଂସା ଟିକକ ତାଙ୍କ ପରିଶ୍ରମ ଓ କଷ୍ଟକୁ ଦୂରେଇ ଦେଇଥାଏ । ବୁଗୁଡା ଏନଏସିର କୁମ୍ଭାର ସାହି ଏବଂ ବ୍ଲକର ଗୋଲିଆ,ବାଦୁଆ, ପଙ୍କଳବାଡି ଆଦି ଗ୍ରାମରେ ଗଢା ଯାଇଥିବା ମୂର୍ତ୍ତି ବିଭିନ୍ନ ଅଞ୍ଚଳକୁ ପଠାଯାଇଥାଏ ।। ଚଳିତ ବର୍ଷ ଗଣେଶ ପୂଜା ମହା ଧୂମଧାମରେ ପାଳିତ ହେବ ବୋଲି ଆଶା କରାଯାଇଛି।
Article Image
Article Image
1