ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସିଜୁ ସମବାୟ ସମିତିରେ ଧାନ ମଣ୍ଡି ଉଦ୍ଘାଟିତ।

କୁଜଙ୍ଗ, 22/01/2025, ଉତ୍କଳ voice news - utkalvoicenews.com ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ କୋଠୀ ପଞ୍ଚାୟତ ସିଜୁ ସେବା ସମବାୟ ସମିତିରେ ଆଜି ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସମିତିର ସମ୍ପାଦକ କେଶବ ଚନ୍ଦ୍ର ସ୍ଵାଇଁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମିତିର ସଭାନେତ୍ରୀ ଝିଲ୍ଲି ରାଣୀ ସାମଲ ଯୋଗଦେଇ ଆନୁଷ୍ଠାନିକ ଭାବେ ଧାନ ମଣ୍ଡିକୁ ଉଦ୍ଘାଟନ କରିଛନ୍ତି।ଚଳିତ ଖରିଫ ଋତୁରେ ୧ହଜାର ୨ଶହ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବ ବୋଲି ସମିତି ତରଫରୁ ଆକଳନ କରାଯାଇଛି।କୋଠୀ,ନୁଣୁକୁଆ,ସିଜୁ,ଝିମାଣୀ, ବଗଦିଆ ଆଦି ଗ୍ରାମର ପାଖାପାଖି ୫୩ଜଣ ଚାଷୀ ମଣ୍ଡିରେ ଧାନ ଦେବା ପାଇଁ ନାମ ପଞ୍ଜିକରଣ କରିଛନ୍ତି।ଉନ୍ନତ କିସମର ଧାନ କ୍ଵିଣ୍ଟାଲ ପ୍ରତି ସହାୟକ ମୂଲ୍ୟ ୨୩ଶହ ଟଙ୍କା ଓ ରାଜ୍ୟ ସରକାରଙ୍କ ଇନିପୁଟ ସହାୟତା ୮ଶହ ଟଙ୍କା ମିଶାଇ ମୋଟ ୩୧ଶହ ଟଙ୍କା ଧାର୍ଯ୍ୟ କରାଯାଇଛି।ଚଳିତ ବର୍ଷ ଅଦିନିଆ ବର୍ଷା ସତ୍ବେ ଧାନର ମୂଲ୍ୟ ଅଧିକ ଥିବାରୁ ଚାଷୀ ମାନେ ଉତ୍ସାହିତ ଅଛନ୍ତି।ଏହି କାର୍ଯ୍ୟକ୍ରମରେ ସହ ସମ୍ପାଦକ ଦିବ୍ୟ ରଞ୍ଜନ ମହାରଣା,ମଣ୍ଡି ସୁପରଭାଇଜର ନିହାର ରଞ୍ଜନ ଜେନା,ଧାନର ମାନ ନିର୍ଦ୍ଧାରଣ କାରିଣୀ ଅର୍ଣ୍ଣପୂର୍ଣା ମଲ୍ଲିକ,ସୁଶ୍ରୀ ରୋଜାଲିନ ବାରିକ,ସମିତିର ପୂର୍ବତନ ସମ୍ପାଦକ ବୈଷ୍ଣବ ଚରଣ ନାୟକ,ଡାଟା ଅପରେଟର ବିଜୟ ରାଉତ,ରାଜୋସ୍ୱ ନିରୀକ୍ଷକ ସଙ୍ଗୀତା ମହାପାତ୍ର,ସରପଞ୍ଚ ଲକ୍ଷ୍ମୀଧର ସାହୁ,ଗଗନ ପାଳ ପ୍ରମୁଖ ଉପସ୍ଥିତଥିଲେ।ଅନ୍ୟମାନଙ୍କ ମଧ୍ୟରେ ଚାଷୀ ଗୋଲେଖ ସ୍ବାଇଁ,ପ୍ରଶାନ୍ତ ସ୍ବାଇଁ,ଶୁବଦ ଆଚାର୍ଯ୍ୟ,ରଞ୍ଜିତ କୁମାର ସାହୁ,ଗୋବିନ୍ଦ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।
Article Image
1