ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦକ୍ଷତା ପ୍ରଦର୍ଶନ ରେ : ରାଜ୍ୟ ଷଷ୍ଠ ସ୍ଥାନରେ ଟିକିରି ଥାନା ଅଧିକାରୀ

ଟିକିରି, 11/08/2025, ଉତ୍କଳ voice news - utkalvoicenews.com(ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) 👉🏻
Article Image
ରାୟଗଡ଼ା ଜିଲ୍ଲା କାଶିପୁର ର ଟିକିରି ଥାନା ଅଧିକାରୀ ବିଶ୍ବ ବନ୍ଦିନୀ ବାଗ୍ ରାଜ୍ୟରେ ହୋଇଥିବା ବିଭାଗୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନରେ ଟିକିରି ଥାନା ଷଷ୍ଠ ସ୍ଥାନ ଗ୍ରହଣ କରିଛନ୍ତି। ମାମଲାର ତଦନ୍ତ ଶେଷ କରିବାଠାରୁ ଆରମ୍ଭ କରି ଅପରାଧ ନିୟନ୍ତ୍ରଣ ଓ ପୋଲିସ ଅଧିକାରୀ ଙ୍କ ବ୍ୟବହାର କୁ ମାପଦଣ୍ଡ ରୂପରେ ନିଆଯାଇଥିଲା। ଏହି ଆଧାରରେ ରାଜ୍ୟର ସମସ୍ତ ଥାନା କୁ ନମ୍ବର ବା ପ୍ରତି ଶତ ମିଳିଥିଲା। ସେଥୁରେ ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଟିକିରି ଥାନା କୁ ଷଷ୍ଠ ସ୍ଥାନରେ ରହିଛି। ପ୍ରତି କିଛି ମାସରେ ରାଜ୍ୟରେ ଥ‌ିବା ୬୧୨ ଟି ଥାନାରେ କାର୍ଯ୍ୟ ରତ ଥାନା ଅଧିକାରୀ ଙ୍କ ପ୍ରଦର୍ଶନୀ ରିପୋର୍ଟ ପୋଲିସ ମୁଖ୍ୟ କାର୍ଯ୍ୟାଳୟର ପକ୍ଷରୁ ପ୍ରସ୍ତୁତ କରାଯାଇଛି। ୨୦୨୫ ଜାନୁଆରୀ ୧ ରୁ ଜୁଲାଇ ୩୧ ଯାଏଁ ଅର୍ଥାତ୍ ଗତ ୭ ମାସର ମାମଲାର ତଦନ୍ତ କରିବା, ଅପରାଧ ଚିହ୍ନଟ, ଥାନାରେ ପ୍ରଦର୍ଶନ ଇତ୍ୟାଦିରୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅଧିକାରୀ ବିଶ୍ବ ବନ୍ଦିନୀ ବାଗ୍ ଷଷ୍ଠ ।
1