ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ବଂଶଧାରା ସେତୁ ରେ ଦୁର୍ଘଟଣା ୨ ଗୁରୁତର ୧ ଆହତ l*

ଗୁଡାରି, 11/08/2025, ଉତ୍କଳ voice news - utkalvoicenews.com ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ :
Article Image
ଗୁଡାରି ବଂଶଧାରା ସେତୁ ରେ ବାଇକ ଦୁର୍ଘଟଣା ୨ ଗୁରୁତର ୧ ଆହତ ହୋଇଛନ୍ତି l ସୂଚନା ଅନୁସାରେ ଉର୍ଲକଣା ଗ୍ରାମର ମଣ୍ଟୁ ଶବର (୨୨), କପିଳାସ ଶବର (୧୯) ଏବଂ ରାଉତଗୁଡା ଉପେନ୍ଦ୍ର ଶବର (୨୬) ନାମକ ୩ ଯୁବକ କୌଣସି କାମରେ ଗୁଡାରି ଆସି ସଂଧ୍ୟାରେ ଗୁଡାରି ମୁଖ୍ୟ ରାସ୍ତା ଦେଇ ନିଜ ଉର୍ଲକଣା ଗ୍ରାମକୁ ବାଇକ ଯୋଗେ ଫେରୁଥିବା ବେଳେ ବାଇକ ଚାଳକ ଉପେନ୍ଦ୍ର କୌଣସି କାରଣରୁ ବଂଶଧାରା ସେତୁରେ ବାଇକରୁ ନିୟନ୍ତ୍ରଣ ହରାଇ ରାସ୍ତା ଉପରେ ପଡ଼ିଯାଇଥିଲେ। ଏଥିରେ ଦୁଇ ଜଣ ଗୁରୁତର ଆହତ ହେଇଥିବା ବେଳେ ଜଣେ ସାମାନ୍ୟ ଆହତ ହେଇଛନ୍ତି। ଦୁଇ ଗୁରୁତର ଙ୍କୁ ଗୁଡାରି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ରେ ଗୁଣୁପୁର ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
Article Image
Article Image
Article Image
10