ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com
*୧୪୦ ଅଭୀଯୋଗ ଶୁଣିଲେ ଜିଲ୍ଲାପାଳ*
କାଶୀପୁର, 11/08/2025, ଉତ୍କଳ voice news - utkalvoicenews.com(*ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ*) 👉🏻
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଭାଗୃହ ପରିସରରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ।ଜିଲ୍ଲାପାଳ ଆଶୁତୋଷ କୁଲକଣ୍ର୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବାତୀ ଏସ୍ କୁମାର,ଅତିରିକ୍ତ ଜିଲ୍ଲାପାଳ ନିହାର ରଂଜନ କହିଁର,ନିର୍ବାହି ଅଧିକାରି ଅକ୍ଷୟ କୁମାର ଖେମୁଣ୍ଡୁ,ଉପଜିଲ୍ଲାପାଳ ରମେଶ କୁମାର ଜେନା,ଜିଲ୍ଲା ମୁଖ୍ୟ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବି ସୋରୋଜିନି ଦେବିଙ୍କ ସହ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଏବଂ ବ୍ଳକସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ଜନ ଶୁଣାଣୀରେ ମୋଟ ୧୪୦ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୧୧୭ଟି ବ୍ୟକ୍ତିଗତ ଅଭୀଯୋଗ ଥିବା ବେଳେ ୨୩ ଗୋଟି ଗ୍ରାମବାସିଙ୍କ ସାମ୍ମୁହିକ ଅଭୀଯୋଗ ଥିଲା।ମୁଖ୍ୟତଃ କାଶୀପୁର ବ୍ଲକରେ ଦିର୍ଘ ଦନି ହେବ ସରକାରଙ୍କ ତରଫରୁ ପ୍ରସ୍ତାବିତ ବସ୍ ଷ୍ଟାଣ୍ଡ ତୁରନ୍ତ ନିର୍ମାଣ କରାଯିବା ପାଇଁ ବ୍ଳକ୍ ଅଧ୍ୟକ୍ଷ କଣ୍ଠମାଝୀଙ୍କ ସହ କାଶୀପୁର ଗ୍ରାମବାସିମାନେ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଥିଲେ।ଜିଲ୍ଲାପାଳ ତୁରନ୍ତ ବିଭାଗିୟ ଅଧିକାରିଙ୍କ ସହ ଆଲୋଚନା କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୨ଜଣକୁ ରେଡ କ୍ରସ ପାଣ୍ଠିରୁ ୩୫୦୦୦ ହଜାର ଟଙ୍କା ଜିଲ୍ଲାପାଳ ପ୍ରଦାନ କରିଛନ୍ତି l ଏହାପରେ ଜିଲ୍ଲାପାଳ ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା ବୈଠକ କରିଥିଲେ l
10