*ଢେ଼ଙ୍କାନାଳ*, 12/08/2025, ଉତ୍କଳ voice news - utkalvoicenews.com( ଶୁଭମ୍ ପାଣି ଙ୍କ ରିପୋର୍ଟ ) 👉🏻
'ହର ଘର ତ୍ରିରଙ୍ଗା 2025' କାର୍ଯ୍ୟକ୍ରମ ଉପଲକ୍ଷେ ଢେଙ୍କାନାଳ ଡା଼କମଣ୍ଡଳ ତରଫରୁ ଏକ ପ୍ରଭାତ ଫେରୀର ଆୟୋଜନ କରାଯାଇଥିଲା / ଏହି ପ୍ରଭାତ ଫେରି କାର୍ଯ୍ୟକ୍ରମରେ ଢେଙ୍କାନାଳ ଡାକ ଅଧୀକ୍ଷକ କାର୍ଯ୍ୟାଳୟ ଏବଂ ଢେଙ୍କାନାଳ ପ୍ରଧାନ ଡାକଘରର ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ / ଏହା ଢେଙ୍କାନାଳ ପ୍ରଧାନ ଡାକଘର କାର୍ଯ୍ୟାଳୟ ସମୁଖରୁ ବାହାରି କଲେକଟରଟେ ଅଫିସ, ବସ ଷ୍ଟାଣ୍ଡ , ଷ୍ଟାଡିଅମ , ଢେଙ୍କାନାଳ ରାଜପ୍ରାସାଦ , ବଳରାମ ମନ୍ଦିର ଏବଂ ପରିବା ମାର୍କେଟ ଦେଇ ଫେରିଥିଲା / ଏହି ପ୍ରଭାତ ଫେରି କାର୍ଯ୍ୟକ୍ରମ ଢେଙ୍କାନାଳ ଡା଼କମଣ୍ଡଳର ଅଧିକ୍ଷକ ଶ୍ରୀ ଯମେଶ୍ୱର ଗଡ଼ନାୟକଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା / ଏହି ପ୍ରଭାତ ଫେରିରେ ଢେଙ୍କାନାଳ ଡା଼କମଣ୍ଡଳର ସହକାରୀ ଡାକ ଅଧିକ୍ଷକ ଶ୍ରୀ ଅମୁଲ୍ୟ ପ୍ରସାଦ ପଣ୍ଡା, ଢେଙ୍କାନାଳ ପ୍ରଧାନ ଡାକଘରର ପୋଷ୍ଟମାଷ୍ଟର ଶ୍ରୀ ସତ୍ୟବାଦୀ ଦାସ ଉପସ୍ଥିତ ଥିଲେ