ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ଓ ବ୍ୟାବହାରିକ ସଚେତନତା କାର୍ଯ୍ୟକ୍ରମ ପାଳିତ *

ଢେଙ୍କାନାଳ, 12/08/2025, ଉତ୍କଳ voice news - utkalvoicenews.com( ଶୁଭମ୍ ପାଣି ଙ୍କ ରିପୋର୍ଟ ) 👉🏻
Article Image
ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟର ଲାଇବ୍ରେରୀ ଓ IQAC Cell ଆନୁକୁଲ୍ୟରେ "ଜାତୀୟ ଗ୍ରନ୍ଥାଗାରିକ ଦିବସ ଓ ବ୍ୟାବହାରିକ ସଚେତନତା କାର୍ଯ୍ୟକ୍ରମ" (National Librarian's Day and User Awareness Programme) ନୂତନ ପାଠାଗାର ଠାରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଗ୍ରନ୍ଥାଗାର ବିଜ୍ଞାନର ଜନକ ପଦ୍ମଶ୍ରୀ ଡ. ଏସ ଆର୍ ରଙ୍ଗନାଥନ୍ ଙ୍କର ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ସାହୁ ଉଦଘାଟନ କରି ଛାତ୍ରଛାତ୍ରୀ ତଥା ଅଧ୍ୟାପକ/ଅଧ୍ୟାପିକାମାନଙ୍କୁ ଗ୍ରନ୍ଥାଗାରିକ ଦିବସର ତାତ୍ପର୍ଯ୍ୟ ଏବଂ ଲାଇବ୍ରେରୀର ବହୁଳ ବ୍ୟବହାର ନିମନ୍ତେ ପ୍ରୋତ୍ସାହିତ କରିଥିଲେ। ବରିଷ୍ଠ ଅଧ୍ୟାପକ ଡ. ପୂର୍ଣ୍ଣ ଚନ୍ଦ୍ର ବରାଳ ଗ୍ରନ୍ଥାଗାରର ସଦୁପଯୋଗ ଓ ବ୍ଯବହାର ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ମହାବିଦ୍ୟାଳୟ IQAC ସେଲ୍ ର ମୁଖ୍ୟ ଡ. ଦେବାଶିଷ ମହାନ୍ତି ତାଙ୍କ ବକ୍ତବ୍ୟରେ ଗ୍ରନ୍ଥାଗାରର ନୂତନ ସେବା ଯଥା ONOS(ONE NATION ONE SUBSCRIPTION) ପୋର୍ଟାଲ ଏବଂ ଅନ୍ୟ ସେବାଗୁଡ଼ିକ କିପରି ଛାତ୍ର ଛାତ୍ରୀ ତଥା ଅଧ୍ୟାପକ/ଅଧ୍ୟାପିକାମାନଙ୍କୁ ନୂତନ ଜ୍ଞାନ କୌଶଳ ଅର୍ଜନ ନିମନ୍ତେ ସହାୟକ ହେବ ସେ ସମ୍ବନ୍ଧରେ ଜଣାଇଥିଲେ। ଲାଇବ୍ରେରୀର ଭାରପ୍ରାପ୍ତ ଅଧିକାରୀ ଅଧ୍ୟାପକ ଡ. ଶିବାନନ୍ଦ ସାହୁ ତାଙ୍କ ବକ୍ତବ୍ୟରେ ଗ୍ରନ୍ଥାଗାର ବିଜ୍ଞାନର ପଞ୍ଚ ନିୟମ( Five laws of Library Science) କିପରି ଭାବେ ଲାଇବ୍ରେରୀକୁ ଏକ ଜୀବ ଭାବେ ଗଣନା କରିଛି ଯାହାକି ସମୟ ସହିତ ନିଜର ପୁସ୍ତକ ସଂଖ୍ୟା ବୃଦ୍ଧି କରି ସମାଜକୁ ଅନେକ ଜ୍ଞାନ ପ୍ରଦାନ କରିଛି ସେ ବିଷୟରେ ଆଲୋକପାତ କରିଥିଲେ। ପରୀକ୍ଷା ନିୟନ୍ତ୍ରକ ଡ. ସଞ୍ଜିତ କୁମାର୍ ମହାପାତ୍ର, ଗ୍ରନ୍ଥାଗାରର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ବାଣିଜ୍ୟ ବିଭାଗର ମୁଖ୍ୟ ଡ. ରଜନୀ କାନ୍ତ ଖୁଣ୍ଟିଆ ଛାତ୍ରଛାତ୍ରୀଙ୍କୁ ଗ୍ରନ୍ଥାଗାରର ବିଭିନ୍ନ ସେବାଗୁଡିକୁ ଶିକ୍ଷା କ୍ଷେତ୍ରରେ ସଦୁପଯୋଗ କରିବା ନିମନ୍ତେ ପ୍ରବର୍ତ୍ତାଇଥିଲେ । ଗ୍ରନ୍ଥାଗାରିକ ଶୁଭାଶିଷ ପଣ୍ଡା, ପଦ୍ମଶ୍ରୀ ଡ. ଏସ ଆର୍ ରଙ୍ଗନାଥନଙ୍କ ଦ୍ଵାରା ଗ୍ରନ୍ଥାଗାର ବିଜ୍ଞାନ ତଥା ସେବା କିପରି ଭାବେ ଭାରତରେ ପରିଚିତ ଓ ଲୋକପ୍ରିୟତା ହାସଲ କରିଛି ସେ ବିଷୟରେ ମନ୍ତ୍ୟବ୍ୟ ରଖିବା ସହ କେନ୍ଦ୍ରୀୟ ଲାଇବ୍ରେରୀର ବିଭିନ୍ନ ସେବା ଯଥା ONOS ( ONE NATION ONE SUBSCRIPTION) ପୋର୍ଟାଲ, E-resources ଓ ନୂତନ ଲାଇବ୍ରେରୀ Automation ବିଷୟରେ ଏକ କ୍ଷୁଦ୍ର ବିବରଣୀ ଉପସ୍ଥାପନ କରିଥିଲେ। ଏହି କର୍ମଶାଳାଟିକୁ ଅଧ୍ୟାପିକା ଡ. ସୁଜାତା ସାହୁ ଏବଂ ଅଧ୍ୟାପିକା ସସ୍ମିତା ରାୟ ଉପସ୍ଥିତ ରହି ସହଯୋଗ କରିଥିଲେ । ଅଧ୍ୟାପିକା କଳ୍ପନା ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ୫୦ ରୁ ଉର୍ଦ୍ଧ୍ବ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ତଥା ଅଧ୍ୟାପକ/ଅଧ୍ୟାପିକା ଅଂଶଗ୍ରହଣ ସକ୍ରିୟ କରିଥିଲେ।
Article Image
କେନ୍ଦ୍ରୀୟ ପାଠାଗାର ଢେ଼ଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟ ଢେ଼ଙ୍କାନାଳ
1